ଲଣ୍ଡନ: ୧୩ହଜାର କୋଟି ଟଙ୍କାର ପିଏନ୍ବି ଘୋଟାଲାର ସଂପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦି ଭାରତରୁ ଫେରାର ଥିବା ବେଳେ ୧୩ମାସ ପରେ ବୁଧବାର ତାଙ୍କୁ ଲଣ୍ଡନରୁ ଗିରଫ କରାଯାଇଛି। ପୋଲିସ ଗିରଫ କରିବା ପରେ ଭାରତୀୟ ସମୟାନୁସାରେ ତାଙ୍କୁ ସନ୍ଧ୍ୟା ସାଢ଼େ ୫ଟାରେ ଓ୍ବେଷ୍ଟମିନ୍ସଷ୍ଟର ମାଜିଷ୍ଟେଟ କୋର୍ଟରେ ହାଜର କରାଯାଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୨୯ରେ କରାଯିବ। ସେହି ଦିନ ନୀରବଙ୍କ ଭାରତ ପ୍ରତ୍ୟାର୍ପଣ ନେଇ ଶୁଣାଣିି କରାଯିବ ବୋଲି ସୂଚନା ରହିଛି। ସୋମବାର ବ୍ରିଟେନ ଓ୍ବେଷ୍ଟମିନ୍ସଷ୍ଟର କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅନୁରୋଧରେ ନୀରବଙ୍କ ବିରୋଧରେ ଗିରଫ ପାଇଁ ଓ୍ବାରେଣ୍ଟ ଜାରି କରିଥିଲେ। ଗତ କିଛି ଦିନ ପୂର୍ବରୁ ଲଣ୍ଡନରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି ବେଶ ବଦଳାଇ ବୁଲୁଥିବାର ଦେଖିବାକୁ ମିଳିଥିଲା। ତେବେ ନୀରବ ମୋଦିଙ୍କ ଗିରଫ ହେବା ବିରୋଧୀଙ୍କୁ ଶକ୍ତ ଝଟକା ଲାଗିଥିବା ବେଳେ ମୋଦି ସରକାରଙ୍କ ସବୁଠୁ ବଡ଼ କୂଟନୈତିକ ସଫଳତା ବୋଲି ଚର୍ଚ୍ଚା ହେଉଛି।
ଲଣ୍ଡନରୁ ଗିରଫ ହେଲେ ନୀରବ ମୋଦି

You Might Also Like
Leave a Comment
Leave a Comment
- Advertisement -