୧୮ବର୍ଷ ଧରି କେଉଁ ରୋଗରେ ପୀଡ଼ିତ ଥିଲେ ସୁପରଷ୍ଟାର୍‌ ଅନୁଭବ ଜାଣନ୍ତୁ

Odisha Hot News
1 Min Read

ଭୁବନେଶ୍ୱର: ନଭେମ୍ବର ୧୪ ବିଶ୍ୱ ଡାଇବେଟିସ୍‌ ଦିବସ । ବିଶ୍ୱରେ ମଧୁମେହ ବା ଡାଇବେଟିସ୍‌ ରୋଗୀଙ୍କ ବୃଦ୍ଧି ପାଉଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ଡାଇବେଟିସ୍‌ ସମ୍ପର୍କରେ ଏହି ଦିନରେ ଜନସଚେତନା କରାଯାଇଥାଏ। ଏହି କ୍ରମରେ ଓଲିଉଡ୍‌ ସୁପରଷ୍ଟାର୍‌ ଅନୁଭବ ମହାନ୍ତି ମଧ୍ୟ ସାମିଲ ଅଛନ୍ତି। କାରଣ ସେ ୧୮ବର୍ଷ ହେବ ଡାଇବେଟିସ୍‌ ପୀଡିତ ଏବଂ ଏଥିପାଇଁ ନିୟମିତ ଇନ୍‌ସୁଲିନ୍‌ ମଧ୍ୟ ନେଉଥିବା କଥା କହିଛନ୍ତି।

ଡାଇବେଟିସ୍‌କୁ ନେଇ ଅନୁଭବ କହନ୍ତି, ଡାଇବେଟିସ୍‌ ମାରାତ୍ମକ ରୋଗ ନୁହେଁ। ଶରୀରରେ ଇନ୍‌ସୁଲିନ୍‌ ଅଭାବ ହେଲେ ଡାଇବେଟିସ ଆକ୍ରମଣ କରିଥାଏ। ଡାଇବେଟିସ୍‌ ଆକ୍ରାନ୍ତ ହେଲେ ଭୟଭୀତ ନ ହୋଇ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ। ନଚେତ ଏହା ଭୟଙ୍କର ରୂପ ନେବାର ଆଶଙ୍କା ରହିଛି । ଆମେମାନେ ଡାଇବେଟିସ୍‌ ପ୍ରତିକାର କାରିପାରିଲେ, ସାଧାରଣ ଲୋକଙ୍କଠାରୁ ମଧ୍ୟ ଅଧିକ ଦିନ ବଞ୍ଚିପାରିବା। ଏଯାବତ୍‌ ଭାରତରେ ୬୨ ମିଲିୟନ୍‌ରୁ ଅଧିକ ଲୋକେ ଡାଇବେଟିସ୍‌ରେ ପୀଡିତ ଅଛନ୍ତି ବୋଲି ଅନୁଭବ କହିଛନ୍ତି

Share This Article
Leave a comment