ଖୋର୍ଧା ଜିଲ୍ଲାର ଗୋଶାଳା ପଡିଆରେ ବିଶାଳ ମିଶନ ଶକ୍ତି ସମାବେଶର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମାବେଶ ସ୍ଥଳରେ ପହଞ୍ଚିବା ପରେ ଉପସ୍ଥିତ ୧ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ହୁଳହୁଳି ପକାଇ ତାଙ୍କୁ ସ୍ୱାଗତ କରିଥିଲେ। ମିସନ୍ ଶକ୍ତି ଅଭିଯାନରେ ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକୁ ଜିରୋ ପର୍ସେଣ୍ଟ୍ ସୁଦ୍ଧରେ ଋଣ ଯୋଗାଇ ଦିଆଯାଉଛି। ମହିଳାମାନେ ଏହାଦ୍ୱାରା ଖୁବ୍ ଉପକୃତ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହିଳାଙ୍କ ସଶକ୍ତିକରଣ ଦିଗରେ ରାଜ୍ୟରେ ମାଇଲଖୁଂଟ ସ୍ଥାପନ କରିଛି ମିଶନ ଶକ୍ତି । ମହିଳାଙ୍କୁ ଅଧିକ ସ୍ୱାବଲମ୍ୱୀ କରିବା ସହ ସଶକ୍ତ କରିବାକୁ ରାଜ୍ୟ ସରକାର ମିଶନ ଶକ୍ତି ଉପରେ ଗୁରୁତ୍ୱ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଖୋର୍ଦ୍ଧା ମିସନ୍ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ

You Might Also Like
Leave a Comment
Leave a Comment
- Advertisement -