ଢେଙ୍କାନାଳ: ଆଜି ସକାଳେ ଓଡ଼ାପଡ଼ା ବ୍ଲକ୍ ମୋଟଗାଁ ଥାନା ଅନ୍ତର୍ଗତ ଗୁଡ଼ିଆକାଟେଣି ଗାଁ’ରେ ଜଣେ ବୃଦ୍ଧ ସକାଳୁ ସକାଳୁ ବଜାରକୁ ଛା ପିଇବାକୁ ଯାଇଥିବା ସମୟରେ ଗୋଟାଏ ଦନ୍ତାହାତୀ କବଳରେ ପଡ଼ି ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଆହତ ହୋଇଛନ୍ତି । ଦନ୍ତାହାତୀ ଆକ୍ରମଣରେ ମୃତ ବ୍ୟକ୍ତିଜଣକ ହେଉଛନ୍ତି ୮୨ ବର୍ଷିୟ ଦୟାନିଧି ସାହୁ। ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା କଥା ଶୁଣାଯାଉଛି।
ସକାଳ ପ୍ରାୟ ୬ଟା ବେଳେ ଦୟାନିଧି ଗାଧୋଇବାକୁ ଗାଁମୁଣ୍ଡ ପୋଖରୀକୁ ଯାଇଥିବା ବେଳେ ସମ୍ପୃକ୍ତ ଦନ୍ତାହାତୀ ତାଙ୍କୁ ଆକ୍ରମଣ କରିବାରୁ ଘଟନାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ବିୟୋଗାନ୍ତ ଘଟନାରେ ମର୍ମାହତ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ଦୟାନିଧିଙ୍କ ମୃତ୍ୟୁ ବାବଦରେ କ୍ଷତି ପୂରଣ ଦାବି କରି ଗୁଡ଼ିଆକାଟେଣି ଛକ ଠାରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।ଖବର ପାଇ ବନବିଭାଗର କର୍ମଚାରୀମାନେ ଘଟନାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରାଉଛନ୍ତି।

Рекомендации строятся вокруг состояния человека, а не по универсальному шаблону для всех случаев.
Изучить вопрос глубже – [url=https://vyvod-iz-zapoya-v-anape2.ru/]скорая вывод из запоя[/url]