କଟକ : ନରସିଂହପୁରରେ ସଭା ଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଡିରେ ବସି ହେଲିପ୍ୟାଡ୍ ଅଭିମୁଖେ ଯାଉଥିଲେ। ହଠାତ୍ ଜଣେ ଦିବ୍ୟାଙ୍ଗ ଭିଡ ଭିତରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ପଛରେ ଦୌଡି ଥିଲେ। ଦିବ୍ୟାଙ୍ଗ ଲିପୁନା ପ୍ରତିହାରୀ (୩୦) ଗାଡ଼ି ପଛରେ ଦୌଡୁଥିବା ଦେଖି ପୁଲିସ ବାବୁମାନେ ବି ଚିନ୍ତାରେ ପଡି ଯାଇଥିଲେ। ତାଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଲିପୁନ୍ ଗୋଟିଏ ଗୋଡରେ ଛୋଟେଇ ଛୋଟେଇ ଦୌଡୁଥିବା ଦେଖି ମୁଖ୍ୟମନ୍ତ୍ରୀଙ୍କ ଗାଡି ଅଟକି ଯାଇଥିଲା। ଲିପୁନ୍ଙ୍କୁ ପାଖକୁ ଡାକି ମୁଖ୍ୟମନ୍ତ୍ରୀ ତାଙ୍କ କଥା ଶୁଣିଲେ। ଲିପୁନ୍ ସବୁଦିନ ଭିକ୍ଷାବୃତ୍ତି କରି ଯାହା ପାଆନ୍ତି ତାକୁ ନେଇ ତାଙ୍କ ପରିବାର ଚଳେ। ପରିବାର କହିଲେ ସ୍ତ୍ରୀ ଓ ୪ ମାସର ଛୋଟ ପୁଅ। ତାଙ୍କ ସ୍ତ୍ରୀ ମଧ୍ୟ ଦିବ୍ୟାଙ୍ଗ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଘର, ଭତ୍ତା ଦେଉଛନ୍ତି। ତେଣୁ ମୋତେ ବି ଘର ଖଣ୍ଡେ ଦିଅନ୍ତୁ ବୋଲି ଗୁହାରୀ କରିଥିଲେ ଲିପୁନ। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଯୋଗ ଶୁଣିବା ସହ ତୁରନ୍ତ ତାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ନରସିଂହପୁର ବିଡିଓ ପ୍ରଶାନ୍ତ କୁମାର ତରାଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଜୟ ନବୀନ ଜୟ ନବୀନ କହି ଖୁସିରେ ନାରା ଦେଇଥିଲେ ଲିପୁନ୍।
ମୁଖ୍ୟମନ୍ତ୍ରୀ ଦେଖାଇଲେ ମାନବିକତା । ନିଜ ଗାଡି ପଛରେ ଦିବ୍ୟାଙ୍ଗ ଦୌଡୁଥିବାର ଦେଖି ଅଟକି ଗଲେ ନବୀନ,ତୁରନ୍ତ ସମସ୍ୟାର ସମାଧାନ ଲାଗି
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- mostbet_kqsl on Architecture beach blue chairs
- mostbet_ynEn on ବିଧାନସଭା ପରେ ରାଜମହଲ,ବାପୁଜୀନଗର ଏବଂ ଜନପଥ ଅଞ୍ଚଳରେ ଚାଲିଛି ସାନିଟାଇଜେସନ
- melbet_qfma on ବିଧାନସଭା ପରେ ରାଜମହଲ,ବାପୁଜୀନଗର ଏବଂ ଜନପଥ ଅଞ୍ଚଳରେ ଚାଲିଛି ସାନିଟାଇଜେସନ
- 1win_ceet on ଖାରବେଳଙ୍କୁ ଆକ୍ରମଣ ଘଟଣା : ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା
- Kapelnica ot pohmelya_lxst on ୟୁଥ ଅଲିମ୍ପିକ୍ସ ହକି: ସହଜ ବିଜୟ ସହ ମହିଳା ଭାରତୀୟ ଦଳର ଅଭିଯାନ
