ଭୁବନେଶ୍ବର : ରାଜ୍ୟରେ ସ୍ବାଇନ୍ ଫ୍ଲୁ ଧୀରେ ଧୀରେ ବ୍ୟାପିବାରେ ଲାଗିଛି। ଆଜି ଗୋଟିଏ ଦିନରେ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ଜଣେ ଯୁବତୀ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଏ ନେଇ ମୁହଁ ଖୋଲୁ ନାହାନ୍ତି। ତଦନ୍ତ ହେବା ପରେ ଏହା ସ୍ବାଇନ୍ ଫ୍ଲୁ ଜନିତ ମୃତ୍ୟୁ କି ନୁହେଁ ତାହା ସ୍ପଷ୍ଟ ହେବ ବୋଲି ବିଭାଗୀୟ ଅଧିକାରୀ କହୁଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କଟକ ଅଞ୍ଚଳର ଏହି ଯୁବତୀ ଜଣକ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାସହ ଆଜି ୬ଟି ସ୍ବାଇନ୍ ଫ୍ଲୁ ପଜିଟିଭ୍ ଚିହ୍ନଟ ହୋଇଛି। ସମସ୍ତ ଆକ୍ରାନ୍ତ ରାଜଧାନୀର ଏକାଧିକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଚଳିତବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ୪୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି।
ରାଜଧାନୀରେ ସ୍ବାଇନ୍ ଫ୍ଲୁ ଜଣେ ମୃତ୍ୟୁ ୬ ଜଣ ଚିହ୍ନଟ
- Advertisement -
Stay Connected
Comment
- st croix casino webster wi on ପରଦାରେ ଆପତ୍ତିଜନକ ଦୃଶ୍ୟ ଦେଇ ଚର୍ଚ୍ଚାରେ ଶ୍ୱେତା ତ୍ରିପାଠୀ
- FrankNot on ଭୁଶୁଡିଗଲା ସ୍କୁଲ ପାଚେରୀ , ୨ ଛାତ୍ର ଗୁରୁତର!
- FrankNot on ରାଜ୍ୟରେ ପଞ୍ଚମ କରୋନା ରୋଗୀ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି
- EmeryFap on ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 5T ସଚିବ
- Lynell on ‘Somebody threatened to burn the school down’
