‘କାଳିଆ’ ଛାତ୍ରବୃତ୍ତି ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

Odisha Hot News
1 Min Read

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଲା କାଳିଆ ସ୍କଲାରସିପର ଆବେଦନ ପ୍ରକ୍ରିୟା । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି ।  ସମସ୍ତ କାଳିଆ ହିତାଧୀକାରୀଙ୍କ ପିଲାମାନେ ‘କାଳିଆ’ ଛାତ୍ରବୃତ୍ତି ପାଇଁ kalia.co.in/scholarship ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ । ଏହି ଅବସରରେ ଚାଷୀ ପିଲାଙ୍କ ଉନ୍ନତ ଭବିଷ୍ୟତ ପାଇଁ ଏହି ଛାତ୍ରବୃତ୍ତି ଯୋଜନା ଆରମ୍ଭ କରାଯାଇଛି ବୋଲି ନବୀନ ନିଜ ବକ୍ତବ୍ୟରେ କହିଛନ୍ତି। ସେ କହିଛନ୍ତି ଚାଷୀ ପରିବାରର ଉନ୍ନତି ଘଟିଲେ ରାଜ୍ୟର ଉନ୍ନତି ଘଟିବ।

ସୂଚନାଯୋଗ୍ୟ, କେନ୍ଦୁଝର ପଣ୍ଡାପଡାରେ ଆୟୋଜିତ ‘କାଳିଆ’ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୩ ତାରିଖରେ ଯୋଗ ଦେଇ କାଳିଆ ଛାତ୍ରବୃତ୍ତି ଯୋଜନାର ଘୋଷଣା କରିଥିଲେ।

 

Share This Article
Leave a Comment