ବାରଙ୍ଗ ଠାରେ ‘ଓଡ଼ିଶା କ୍ୟାନ୍‌ସର୍‌ ହସ୍‌ପିଟାଲ୍‌ ଆଣ୍ଡ୍‌ ରିସର୍ଚ ସେଣ୍ଟର’ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha Hot News
1 Min Read

ଭୁବନେଶ୍ୱର : ଭୁବନେଶ୍ୱର  ବାରଙ୍ଗର ରତାଗଡ଼ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଟାଟା ଟ୍ରଷ୍ଟର ମୁଖ୍ୟ ରତନ ଟାଟା ‘ଓଡ଼ିଶା କ୍ୟାନ୍‌ସର୍‌ ହସ୍‌ପିଟାଲ୍‌ ଆଣ୍ଡ୍‌ ରିସର୍ଚ ସେଣ୍ଟର’ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଟାଟା ଟ୍ରଷ୍ଟ୍‍ ସହଯୋଗରେ ଏହି ହସ୍‌ପିଟାଲ୍‌ ନିର୍ମାଣ କରାଯିବ। ମୁମ୍ବାଇସ୍ଥିତ ଟାଟା ମେମୋରିଆଲ୍‌ ହସ୍‌ପିଟାଲ୍‌ ଶୈଳୀରେ ଏହା ନିର୍ମାଣ କରାଯିବ।ହସ୍ପିଟାଲ୍‌ର ପରିଚାଳନା ଦାୟିତ୍ୱ ଟାଟା ଟ୍ରଷ୍ଟ ପାଖରେ ରହିବ। ୨୫ ଏକର ଜମିରେ ଏହି ହସ୍ପିଟାଲ୍‌ ନିର୍ମାଣ ହେବ। ଏହା ପୂରା ପୂର୍ବ ଭାରତରେ କ୍ୟାନ୍‌ସର୍‌ ଚିକିତ୍ସାର ପେଣ୍ଠସ୍ଥଳୀ ପାଲଟିବ। ହସ୍ପିଟାଲ୍‌ରେ ୫୦୦ ବେଡ୍ ରହିବ। ଅଙ୍କୋ ମେଡିସିନ୍, ଅଙ୍କୋ ସର୍ଜରୀ, ରେଡିଏସନ୍ ଥେରାପି, କେମୋଥେରାପି ଭଳି ସବୁ ସବୁଧା ସେଠାରେ ଉପଲବ୍ଧ ହେବ।ଏହି ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, କଟକ ସାଂସଦ ଭର୍ତ୍ତୃହରି ମହତାବ, ଟାଟା ଟ୍ରଷ୍ଟର ମୁଖ୍ୟ ରତନ ଟାଟା, ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Share This Article
Leave a Comment