ଭଦ୍ରକ: ପୁଣି ମହିଳାଙ୍କୁ ତତାଇଲା ସରକାରୀ ମଦ । ଆଜି ଚାନ୍ଦବାଲି ବ୍ଲକ୍ ଚଢଦିଆ ପଂଚାୟତରେ ବେଆଇନ ଚୋରା ମଦକୁ ନେଇ ମେଳି ବାନ୍ଧିଲେ ମହିଳା । ବହୁ ଦିନରୁ ଚୋରା ମଦ କାରବାର ଅଭିଯୋଗରେ ୨ ଜଣ ପୁରୁଷ ଜଣେ ମହିଳାଙ୍କୁ ଅଟକ ରଖିବା ସହ ସେମାନଙ୍କ ଠାରୁ ଚୋରା ମଦକୁ ଜବତ କରିଛନ୍ତି । ଏହାସହ ନିଶା ନିବାରଣ ସଂଗଠନର ମହିଳାମାନେ ମଦ ବ୍ୟବସାୟୀଙ୍କୁ ଗଛରେ ବାନ୍ଧି ନିର୍ଧୂମ ପିଟିଛନ୍ତି । ଖବରପାଇଁ ସରପଂଚ ଘଟଣାସ୍ଥଳରେ ପହଂଚି ପୋଲିସଙ୍କୁ ଖବର ଦେଇଥିଲେ । ସଂଗଠନ ବହୁ ଦିନ ହେବ ନିଶା ନିବାରଣ ଅଭିଯାନ କରି ସଚେତନ କରୁଥିଲେ ମଧ୍ୟ ଚୋରା ମଦ ବ୍ୟବସାୟୀଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନଥିଲା । ଏପରିକି ଜିଲ୍ଲା ପ୍ରଶାସନ ଓ ପୋଲିସଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଫଳଶୂନ୍ୟ ଥିଲା । ମହ÷ିଳାମାନେ ଉପାୟ ଶୂନ୍ୟ ହୋଇ ଏପରି କାର୍ଯ୍ୟ କରିଥିବା କହିଛନ୍ତି । ଯଦି ପ୍ରଶାସନ ଏପରି ଚୋରା ମଦକୁ ବନ୍ଦ କରିବା ସହ ଅସାଂଧୁ ଲୋକଙ୍କୁ ଗିରଫ ନକରେ ତେବେ ଆନ୍ଦୋଳନ ଭୟାଭୟ ହେବା ନେଇ ଚେତାବନୀ ଦେଇଛନ୍ତି ।
ଚାନ୍ଦବାଲି ଚଢଦିଆ ପଂଚାୟତରେ ମହିଳାଙ୍କୁ ତତାଇଲା ସରକାରୀ ମଦ; ବ୍ୟବସାୟୀକୁ ଗଛରେ ବାନ୍ଧି ପିଟିଲେ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Kapelnica ot zapoya_ymet on ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଲା ନୂଆ ଦାୟିତ୍ୱ, ଦଳର ସାଂଗଠନିକ ସମ୍ପାଦକ ଭାବେ ହେଲେ ନିଯୁକ୍ତ
- plinko_dyPr on ବାଲେଶ୍ୱର ଜିଲ୍ଲା ପୁରୁବାଇ କନ୍ୟାଶ୍ରମରେ ଜିଲ୍ଲା ମଙ୍ଗଳକିମିଟି ଏବଂ କେନ୍ଦ୍ରୀୟଟିମ ପକ୍ଷରୁ ଚଢାଉ !
- Kapelnica ot zapoya_eget on ଆଜିର ରାଶିଫଳ
- Kapelnica ot zapoya_szet on ବିବାଦ ପରେ ମଧ୍ୟ ସଂଶୋଧିତ ହୋଲ୍ଡିଂ ଟିକସ ଆଦାୟ କରିବ ବିଏମ୍ସି
- vavada_rsEt on ଗତ ୨୪ ଘଣ୍ଟା ଭିତରେ କରୋନା ନିର୍ଦେଶାବଳୀ ଉଲ୍ଲଂଘନ ପାଇଁ ଓଡ଼ିଶାରେ୨୪୫ ବିରୋଧରେ ମାମଲା
