ଭଦ୍ରକ: ମନ୍ତ୍ରୀଙ୍କ ନାଲିଆଖି ଆଗରେ ପୋଲିସ ପ୍ରଶାସନ ନିରବ ସାଜିଛି । ମନ୍ତ୍ରୀ ପ୍ରଫୁଲ ସାମଲ ଓ ତାଙ୍କ ବହୁବଳୀ ପୁଅ ପ୍ରୟାସକାନ୍ତିଙ୍କ ନାଲିଆଖି ଆଗରେ ଜିଲ୍ଲା ପୋଲିସ ଥରବର ହେଉଛି । ଗତ କଛି ବର୍ଷ ହେବ ଜମି ଦୁର୍ନୀତି ମାମଲାରେ ଛନ୍ଦି ହେଇ ପଡ଼ିଥିବା ବେଳେ ପ୍ରତିବାଦ କରିଥିବା ସାଧାରଣ ଜନତାଙ୍କୁ ରାଜରାସ୍ତାରେ ହତ୍ୟା ଧମକ ଆସିଛି । ଗତ ୪ ତାରିଖରେ ଜିଲ୍ଲାର ସ୍ୱାଭିମାନୀ ମଣିଷ ରାଜଧାନୀରେ ପ୍ରତିବାଦ କରିବାକୁ ଆସିଥିଲେ । ପ୍ରତିବାଦ କରି ଘରକୁ ଫେରିବା ବାଟରେ ରାନ୍ଦିଆ ସିନେମା ହଲ ପାଖରେ ମନ୍ତ୍ରୀଙ୍କ ସମର୍ଥକମାନେ ସେମାନଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ । ଯାହାକୁ ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନରେ ଲିଖିତ ଅଭିଯୋଗ ହେଇଥିଲେ ମଧ୍ୟ ପୋଲିସ ନିରବ ସାଜିଛି । ଯାହାକୁ ନେଇ ସାଧାରଣ ମଣିଷ ମନରେ ଭୟ ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ନେତା ଓ ନେତୃତ୍ୱଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସର ହାତ ଖାଲି ରହିଛି । ପୋଲିସଙ୍କୁ ପଚାରିଲେ ତଦନ୍ତ ଚାଲିଥିବା କହି ସମୟ ଗଡ଼ାଉ ଥିବା ବେଳେ ଭୟରେ ସାଧାରଣ ମଣିଷ ଜୀବନ କାଟୁଛି । ଯାହାକୁ ନେଇ ଆଗାମୀ ଦିନରେ ମନ୍ତ୍ରୀ ଓ ତାଙ୍କ ପୁଅ ବିରୋଧରେ ଜନଆନ୍ଦୋଳନ ଦାନା ବାନ୍ଧୁଥିବା ଦେଖିବାକୁ ମିଳିଛି ।
ମନ୍ତ୍ରୀ ପ୍ରଫୁଲ ସାମଲ ଓ ତାଙ୍କ ବହୁବଳୀ ପୁଅ ପ୍ରୟାସକାନ୍ତିଙ୍କ ନାଲିଆଖି ଆଗରେ ଜିଲ୍ଲା ପୋଲିସ ଥରବର !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
