ଲକ୍ଷ୍ନୌ,୨୦।୧୦- ଭେଟେରାନ ପେସର ପ୍ରବୀଣ କୁମାର ଶନିବାର ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବାର ଦୀର୍ଘ ୧୧ ବର୍ଷ ପରେ ସେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମିରଟ ବୋଲର କ୍ୟାରିୟର ବହୁ ସ୍ମରଣୀୟ ବିଜୟ ହାସଲ କରିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ୨୦୧୧ରେ ତାଙ୍କର ଉଲ୍ଲେଖନୀୟ ବୋଲିଂ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ମାଟିରେ ଭାରତ ସ୍ମରଣୀୟ ବିଜୟ ହାସଲ କରିଥିଲା। ସେ ଲଡର୍ସ ଟେଷ୍ଟରେ ୫ ଉଇକେଟ ନେଇ ୧୮ତମ ଭାରତୀୟ ବୋଲର ଭାବେ ହନର୍ସ ବୋର୍ଡ ଅଫ୍ ଦି ଲଡର୍ସରେ ସ୍ଥାନ ପାଇଥିଲେ। ରଣଜୀ କ୍ରିକେଟରେ ଅନ୍ୟତମ ବୋଲର ଉତ୍ତର ପ୍ରଦେଶ ପକ୍ଷରୁ ଖେଳୁଥିଲେ। ଅଧିକ ବେଗ ନ ଥିଲେ ମଧ୍ୟ ବଲକୁ ଉଭୟ ଦିଗରେ ସୁଇଙ୍ଗ କରିବାର ଦକ୍ଷତା ତାଙ୍କର ଥିଲା। ୨୦୦୫-୦୬ ସିଜନରେ ସର୍ବାଧିକ ୪୧ ଉଇକେଟ ନେବା ସହ ୩୮୬ ରନ୍ କରିଥିଲେ। ଏହାପରେ ତାଙ୍କୁ ୨୦୦୭ରେ ତାଙ୍କୁ ଭାରତୀୟ ଦଳକୁ ଡାକରା ମିଳିଥିଲା। ସେ ଅନ୍ତର୍ଜାତୀୟ ସ୍ତରରେ ୬୮ ଦିନିକିଆ ଓ ୬ ଟେଷ୍ଟ ଖେଳିଥିଲେ। ଏଥିରୁ ୭୭ ଓ ୨୭ ଉଇକେଟ ନେଇଥିଲେ। ତାଙ୍କୁ ୨୦୧୧ ବିଶ୍ୱକପ୍ ଦଳରେ ମଧ୍ୟ ସାମିଲ କରାଯାଇଥିଲା। ମାତ୍ର ଆହତ ସମସ୍ୟା ଯୋଗୁ ସେ ଦଳରୁ ବାଦ୍ ପଡ଼ିଥିଲେ। ସେ ଅନ୍ତିମ ଥର ୨୦୧୨ରେ ଦ. ଆଫ୍ରିକା ବିପକ୍ଷରେ ଖେଳିଥିଲେ। ”ମୋ କ୍ୟାରିୟରରେ ଯେମିତି ଖେଳିଛି, ହୃଦୟରୁ ଖେଳିଛି। କୌଣସି ପଶ୍ଚାତାପ ନାହିଁ। ମୁଁ ଯଦି ଖେଳିବା ଜାରି ରଖିବି, ତେବେ ଜଣେ ଯୁବ ବୋଲରଙ୍କୁ ୟୁପି ଦଳରେ ସ୍ଥାନ ମିଳିବ ନାହିଁ। ମୋ ସମୟ ଶେଷ ହୋଇଯାଇଛି ଓ ଏହାକୁ ମୁଁ ଗ୍ରହଣ କରୁଛି। ମୋ ସ୍ବପ୍ନ ପୂରଣ କରିବାକୁ ସୁଯୋଗ ମିଳିଥିବାରୁ ମୁଁ ବିସିସିଆଇ, ୟୁପିସି, ରାଜୀବ ଶୁକ୍ଳାଙ୍କୁ ଧନ୍ୟବାଦ ଦେଉଛି“ ବୋଲି ସେ କହିଛନ୍ତ।
ପ୍ରବୀଣ କୁମାରଙ୍କ ଅବସର
Leave a Comment
Leave a Comment
- Advertisement -
Stay Connected
Comment
- Russelllit on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- WilliamHab on ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା
- CalebfaF on ଭୁବନେଶ୍ୱରରେ ଆଉ ଦୁଇ ‘କରୋନା’ ଆକ୍ରାନ୍ତ ଚିହ୍ନଟ
- WilliamHab on ୫ ଜୁଆଡ଼ି ଗିରଫ, ୪ ଲକ୍ଷ ଟଙ୍କା ଜବତ
- https://paxoslocalguide.com/author/henriettabenne/ on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
