ସୁଜି ଓ କଳାଚଣା କଟଲେଟ୍

Odisha Hot News
1 Min Read

 

ଆବଶ୍ୟକ ସାମଗ୍ରୀ- ସିଝା କଳା ଚଣା, ସୁଜି କଂଚା ଲଙ୍କା,ଦହି,ଧନିଆ ପତ୍ର,ଭଜା ଜୀରା,ବଟା ଅଦା,ଛାଣିବା ପାଇଁ ତେଲ……..ସ୍ୱାଦ ଅନୁସାରେ ଲୁଣ..
ପ୍ରସ୍ତୁତି ପ୍ରଣାଳୀ:- ପ୍ରଥମେ ସିଝା କଳା ଚଣା, ସୁଜି କଂଚା ଲଙ୍କା,ଦହି,ଧନିଆ ପତ୍ର,ଭଜା ଜୀରା, ଅଦା ଏବଂ ଦହି ଗ୍ରାଇଣ୍ଡଂ କରି ନିଅନ୍ତୁ ।ଏହାକୁ ଏକ ପାତ୍ରକୁ ବାହାର କରନ୍ତୁ ।ଦରକାର ହେଳେ ପାରି ଦେଇ ପାରିବେ ।ଅନ୍ୟ ଏକ ପାତ୍ରରେ ସୁଜି,ଅଦା ଏବଂ ଭଜା ଜୀରା ଏକାଠି ମିଶାନ୍ତୁ ।ଏବେ ଏଥିରେ କଳା ଜୀରା ମିଶ୍ରଣକୁ ଭଲ ଭାବେ ମିଶାନ୍ତୁ । ମିଶ୍ରଣକୁ ଏଭଳି ବହଳ ରଖନ୍ତୁ,ଯାହାକୁ ଆପଣ କଟଲେଟ୍ ଆକାର ଦେଇ ପାରିବେ ।ମିଶ୍ରଣକୁ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ ।ଏମିତି କରିବା ଦ୍ୱାରା ସୁଜି ଭଲ ଭାବେ ଫୁଲିବ । ଏଥିରେ ଏବେ କଟା ଧନିଆ ପତ୍ର ମିଶାନ୍ତୁ ।ଛୋଟ ଛୋଟ କଟ୍ଲେଟ୍ ପ୍ରସ୍ତୁତ କରନ୍ତୁ ।

ଗ୍ୟାସରେ କଡେଇ ରଖି ତେଲ ଗରମ କରନ୍ତୁ ।ତେଲ ଭଳ ଭାବେ ଗରମ ହେଲେ ଏଥିରେ କଟ୍ଲେଟ୍ ପକାନ୍ତୁ । କଟ୍ଲେଟ୍ ଭଲ ଭାବେ ହଳଦିଆ ହେବା ଯାଏଁ ଛାଣନ୍ତୁ ।ଏବେ ପ୍ରସ୍ତୁତ ହୋଇଗଲା ଗରମା ଗରମ କଟ୍ଲେଟ ।

Share This Article
Leave a comment