ହେଙ୍ଗୁରୁ କଣ ମିଳେ ଉପକାରିତା ପଢନ୍ତୁ….

Odisha Hot News
1 Min Read

ହେଙ୍ଗୁ ଏକ ଏମିତି ପଦାର୍ଥ ଯାହା ଆମର ଦୈନନ୍ଦିନ କାମରେ ନିହାତି ଦରକାରରେ ଆସିଥାଏ । ଖାଦ୍ୟକ ଅଧିକ ସ୍ୱାଦ୍ଦିଷ୍ଟ କରିବା ପାଇଁ ଆମେ ନିୟମିତ ଭାବେ ହେଙ୍ଗୁର ବ୍ୟବହାର କରିଥାଉ । ଏହା ତ୍ୱଚା ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । କାରଣ ବୟଷ ବଢିବା ସହିତ ଆମେ ତ୍ୱଚାକୁ ନେଇ ବହୁତ ଚିନ୍ତିତ ହୋଇଥାଉ । ଏହା ଯେପରି ରୁକ୍ଷ ନ ହୋଇଯାଏ ସେଥିପାଇଁ ବହୁତ ଲୋକ ଯତ୍ନବାନ ହୋଇଥାନ୍ତି । ସେଥିପାଇଁ ଆଜିକାଲି ଯୁବପିଢି ବିୟୁଟିି ପାର୍ଲରରେ ବିଭିନ୍ନ ପ୍ରକାରର ଫେସିଆଲ ର ବ୍ୟବହାର କରିଥାନ୍ତି । ହେଲେ ହେଙ୍ଗୁ ଏକ ଏମିତି ଜିନିଷ ଯାହା ଆପଣଙ୍କ ତ୍ୱଚାର ସୌନ୍ଦର୍ଯ୍ୟ ରକ୍ଷାରେ ଉପକାରୀ ।

ହେଙ୍ଗୁରେ ଆଣ୍ଟି-ଇଫ୍ଲେମେଟରୀ ଓ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଯାହାର ବ୍ୟବହାର ଦ୍ୱାରା ଥଣ୍ଡା, ଜ୍ୱର ଇତ୍ୟାଦିରୁ ମୁକ୍ତି ମିଳିଥାଏ। ଏହାସହ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା, ରକ୍ତଚାପ, ଆଜମା ଓ ଚର୍ମ ରୋଗରୁ ରକ୍ଷା ମିଳିଥାଏ। ହେଙ୍ଗୁକୁ ପାଣି କିମ୍ବା ଗୋଲାପ ଜଳରେ ମିଶାଇ ମୁହଁରେ ଲଗାନ୍ତୁ। ଏପରି କରିବା ଦ୍ୱାରା ମୁହଁ ଅଧିକ ଆକର୍ଷଣୀୟ ଦେଖାଯାଇଥାଏ। ଆଖି ତଳ କଳା ପଡିଥିଲେ ମଧ୍ୟ ଦାଗ ଲିଭିଯାଏ। କ୍ଷୀର, ଗୋଲାପ ଜଳ ଓ ମହୁକୁ ମିଶାଇ ସେଥିରେ ହେଙ୍ଗୁ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ତାହାକୁ ମୁହଁରେ ଲଗାନ୍ତୁ। ଏପରି ନିୟମିତ ରୂପେ ଲଗାଇବା ଦ୍ୱାରା ମୁହଁ କୋମଳ ହୋଇଥାଏ।ମୁହଁରେ କୌଣସି ସଂକ୍ରମଣ ଜନିତ ସମସ୍ୟା ଥିଲେ ସେଥିରୁ ମୁକ୍ତି ପାଇବା ପାଇଁ ହେଙ୍ଗୁର ବ୍ୟବହାର କରିପାରିବା। ପାଣିରେ ଅଳ୍ପ ହେଙ୍ଗୁ ମିଶାଇ ମୁହଁକୁ ପୋଛନ୍ତୁ। ହେଙ୍ଗୁର ପେଷ୍ଟ ପ୍ରସ୍ତୁତ କରି ମଧ୍ୟ ମୁହଁରେ ଲଗାଇ ପାରିବେ। ଏପରି କରିବା ଦ୍ୱାରା ମୁହଁ ସଂକ୍ରମଣ ଜନିତ ସମସ୍ୟାରୁ ରକ୍ଷା ପାଇପାରିବା।

Share This Article
Leave a comment