ପୁରୀ: ପଶ୍ଚିମ ଓଡ଼ିଶାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜୀବନରେ ମାରିଦେଲେ, ଭୁବନେଶ୍ୱରରେ ପିଟିଲେ, ପାରାଦୀପରେ ଧକ୍କା ମାରିଲେ, ପଟ୍ଟାମୁଣ୍ଡାଇରେ ହାଣିଦେଲେ ପୁଣି ଆଜି ପୁରୀରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି । ପୁରୀ କୋଣାର୍କ ମେରାଇନ ଡ଼୍ରାଇଭ ରୋଡ଼ରେ ଦୁର୍ବୃତ୍ତମାନେ ସାମ୍ବାଦିକଙ୍କୁ କାଠଫାଳିଆରେ ଆକ୍ରମଣ କରିଛନ୍ତି । ତାଙ୍କ ମୁଣ୍ଡ କାନ ଓ ଛାତିରେ ମୁହଁରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ପୂର୍ବଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ଆହାତ ସାମ୍ବାଦିକ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ବେଲେଶ୍ୱର ପାଟଣା ଛକରେ ଦୁଇଟି କାର ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିଲେ । ଖବରପାଇଁ ଗଣମାଧ୍ୟମ ପ୍ରତିନିଧି ପହଂଚି ଖବର ସଂଗ୍ରହ କରୁଥିବା ବେଳେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି । ଏହାକୁ ନେଇ ଆହତ ସାମ୍ବାଦିକ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି ।
ଗଣମାଧ୍ୟମ ପ୍ରତିନିଧିଙ୍କୁ ରାଜଧାନୀରେ ପିଟିଲେ, ପଟ୍ଟାମୁଣ୍ଡାଇରେ ହାଣିଦେଲେ ଆଜି ପୁରୀରେ ଆକ୍ରମଣ !
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
