ନୂଆଦିଲ୍ଲୀ: ୨୦୧୯-୨୦ ବର୍ଷ ବଜେଟ ଉପସ୍ଥାପନ କଲେ ଅସ୍ଥାଇ ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ । ଦେଶର ମଧ୍ୟବିତ୍ତ ପାଇଁ ସରକାର ବଡ଼ ଘୋଷଣା କରିଛନ୍ତି । ଆୟକର ରିହାତି ସୀମା ୨.୫ ଲକ୍ଷରୁ ୫ ଲକ୍ଷକୁ ବଢାଇଛନ୍ତି କାମଚଳା ଅର୍ଥମନ୍ତ୍ରୀ । ପୂର୍ବରୁ ଅଢେଇ ଲକ୍ଷ ଟଙ୍କା ଆୟ ଉପରେ ଟିକସ ଦେବାକୁ ପଡ଼ୁନଥିଲା । କିନ୍ତୁ ମୋଦି ସରକାରଙ୍କ ଶେଷ ବଜେଟରେ ବଡ଼ ଘୋଷଣା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ସାଢେ ୬ ଲକ୍ଷ ଟଙ୍କା ନିବେଶ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରିଛନ୍ତି । ଏହା ଦ୍ୱାରା ଦେଶରେ ୩କୋଟି ମଧ୍ୟବିତ୍ତ ପରିବାର ଉପକୃତ ହେବା ନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ ଏପରି ବଜେଟ ଏବେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ପୂର୍ବରୁ ମୋଦି ସରକାର ୧୦% ସରକ୍ଷଣ ବ୍ୟବସ୍ଥାରେ ୮ ଲକ୍ଷ ଆୟ କରୁଥିବା ନାଗରିକ ଏଥିରେ ସମ୍ପୃକ୍ତ ହେବେ । ତେବେ ୫ଲକ୍ଷ ଆୟ କରୁଥିବା ବ୍ୟକ୍ତି ରାଜକୋଷକୁ ଟିକସ ଦେବାକୁ ନେଇ ସାଧାରଣରେ ତିବ୍ର ଅସନ୍ତୋସ ପ୍ରକାଶ ପାଇଛି ।
ଆୟକର ରିହାତି ସୀମା ୨.୫ ଲକ୍ଷରୁ ୫ ଲକ୍ଷକୁ ବଢାଇବା ଦ୍ୱନ୍ଦ ବଢାଇଲା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Nathanmag on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
- LarryBiX on ୮ଜଣ ସାଂସଦ ହେଲେ ନିଲମ୍ବିତ !
- DavidVes on ଶ୍ରୀମନ୍ଦିରରେ ପାଳିତ ହେଲା ବ୍ୟଞ୍ଜନ ଦ୍ୱାଦଶୀ, ମହାପ୍ରଭୁଙ୍କୁ ୬୭୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଅର୍ପଣ କଲେ ଭକ୍ତ !
- MarioJew on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
- Scottnon on ସୁସ୍ଥ ହେଲେ ପୁରୀର ଏକମାତ୍ର କରୋନା ଆକ୍ରାନ୍ତ
