ବାଲେଶ୍ୱର: ସାହାର୍ଯ୍ୟ ନାମରେ ସଂହାର । ପୁଣି ଶିଶୁ କନ୍ୟା ଆଶ୍ରମରେ ଶିଶୁ କନ୍ୟା ମୃତ୍ୟୁ ଘଟିଛି । ସୋର ଗାନ୍ଧୀ ସେବା ସଂଘ ପୁରୁଣା କନ୍ୟାଶ୍ରମର ୮ବର୍ଷର ଶିଶୁ କନ୍ୟା ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତ ଦେଢ ବର୍ଷ ତଳେ ଏହି ଅସହାୟ ବାପ ଓ ମାଅ ଛେଉଣ୍ଡ ନାବାଳିକା ବଂଚିବାର ଆଶାରେ ଏହି ଆଶ୍ରମରେ ରହି ଆସୁଥିଲା । ଗତ ସଂନ୍ଧ୍ୟାରେ ହଠାତ୍ ଦେହ ଖରାପ ହେବାର ଆଶ୍ରମ କର୍ତ୍ତୃପକ୍ଷ ନାବାଳିକା ହେମାଙ୍ଗିନିକୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା ଅବସ୍ଥାରେ ନାବାଳିକାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ରାଜ୍ୟରେ ବାରମ୍ବାର ଅସହାୟଙ୍କ ଉପରେ ନିର୍ଯାତନା ହେଉଥିବା ନଜର ଆସୁଥିବା ବେଳେ ଆଜି ଆଶ୍ରମର କର୍ତ୍ତୃପକ୍ଷଙ୍କ ଅବହେଳାରୁ ପୁଣି ଏକ ନାବଳିକାର ମୃତ୍ୟୁ ଘଟିଛି । ଏପରି ଘଟଣାକୁ ନେଇ ସରକାର କେତେ ତତ୍ପରତା ପ୍ରକାଶ ପାଇବ ଆଉ ନିରିହ ଅସହାୟ ମାନେ ନ୍ୟାୟ ପାଇବେ । ଯାହାକୁ ନେଇ ସାରା ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ସେବା ନାମରେ ସଂହାର; ଆଶ୍ରମ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଚାଲିଗଲା ନାବାଳିକାର ଜୀବନ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- DevinAvAct on ପାଗଳ କରିଛି ଧନୀ ହେବା ନିଶା; ବିଶାକ୍ତ ସାପ ପଛରେ ଧାଇଁଛନ୍ତି ଶହ ଶହ ଯୁବକ !
- ScottGuess on ଆଜିର ରାଶିଫଳ
- 1win_ggsn on ଜୁଲାଇ ୨୪ରେ ଯୁକ୍ତ ୩ ପରୀକ୍ଷା ହେବ : ଉଚ୍ଚଶିକ୍ଷା ମନ୍ତ୍ରୀ
- mostbet_fsel on ଜୁଲାଇ ୨୪ରେ ଯୁକ୍ତ ୩ ପରୀକ୍ଷା ହେବ : ଉଚ୍ଚଶିକ୍ଷା ମନ୍ତ୍ରୀ
- Kapelnica ot pohmelya_fter on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
