ଜାନୁଆରୀ 27 ତାରିଖ 2019ମସିହା
ମେଷ : ଆଜି ଘାତବାର ହେଲେ ମଧ୍ୟ ସ୍ବଗୃହାଭିମୁଖୀ ମଙ୍ଗଳ ଗୁରୁକ୍ଷେତ୍ରସ୍ଥ ଯୋଗୁ କୌଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପ୍ରତ୍ୟେକ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି। ଶିଳ୍ପ, ନୂତନ ପ୍ରକଳ୍ପ କାର୍ଯ୍ୟ, ପରିବହନ, ବାଣିଜ୍ୟ ଓ ବ୍ୟବସାୟ ଭଲରେ ଚାଲିବ।
ବୃଷ : ଅଷ୍ଟମାଧିପତି ବୃହସ୍ପତି ଯୁକ୍ତ ରାଶ୍ୟାଧିପତି କାରଣରୁ କର୍ମହାନୀ ଜନିତ ମାନସିକ ସ୍ଥିତି ଭଲ ରହିବ ନାହିଁ। ଅବଶ୍ୟ କର୍ମକ୍ଷେତ୍ରରେ ସମ୍ମାନ, ଅର୍ଥନୈତିକ ପ୍ରଗତି, ସାଂସ୍କୃତିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ରୋହିଣୀ ପ୍ରଶଂସିତ ହେବେ। ପରିବାରରେ ପୈତୃକ ସମ୍ପତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ ।
ମିଥୁନ : ଷଷ୍ଠସ୍ଥ ବୃହସ୍ପତି ହେତୁ କର୍ମକ୍ଷେତ୍ରସ୍ଥ ଗତକାଲିର ଘଟଣାବଳୀ ମନକୁ ବିବ୍ରତ କରିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ,ପରିବହନ କ୍ଷେତ୍ର ମଧ୍ୟମ ପ୍ରକାରର ରହିବ। ପରିବାରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍ ହେବନି। ଆଜିର ଯାତ୍ରା, ନୂତନ କର୍ମାରମ୍ଭ ଓ ପାରିବାରିକ ସ୍ଥିତି ସମସ୍ୟା ବହୁଳ ରହିବ।
କର୍କଟ : ଚନ୍ଦ୍ର ଚତୁର୍ଥସ୍ଥ ହେତୁ ଜହ୍ନମାମୁଁ ଭଳି ସାମାଜିକ ସ୍ତରରେ ଆଦରଣୀୟ ରହିବେ। ସ୍ବାସ୍ଥ୍ୟ ଭଲ ରହିବା ସଙ୍ଗକୁ କର୍ମକ୍ଷେତ୍ରରେ ଅର୍ଥ, ସମ୍ମାନ ପାଇବେ। ଚେଷ୍ଟା କରୁଥିବା ଅଚଳ କାମକୁ ସଚଳ କରିବେ ଓ କଚେରୀ ମାମଲାରେ ବିଜୟୀ ହେବେ। କିନ୍ତୁ ସିଧା ଆଙ୍ଗୁଠିରେ ଘିଅ ବାହାରିବ ନାହିଁ କିମ୍ବା ପ୍ରଯନତ୍ ବ୍ୟତିରେକ ପୁଷ୍ୟା ନକ୍ଷତ୍ର ନକ୍ଷତ୍ର କିଛି ପାଇବେ ନାହିଁ।
ସିଂହ : ଶନିଙ୍କ ପ୍ରଭାବରୁ କୈାଣସି ବିଜାତୀୟ ବ୍ୟକ୍ତିଙ୍କ ବାଧିଲାଭଳି କାହାର କଥାବାର୍ତ୍ତା ଓ ବ୍ୟବହାରରେ ଅସନ୍ତୁଷ୍ଟ ହେବେ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା କଲେ ଭଲ ବଦଳରେ ମନ୍ଦ ଭୋଗିବାକୁ । ଅବଶ୍ୟ ସଭାସମିତି, ସାମାଜିକ ସ୍ତରରେ ସମ୍ମାନ ଲାଭ କରିିପାରନ୍ତି। ଆତ୍ମୀୟସ୍ବଜନ ଆବଶ୍ୟକୀୟ ସହଯୋଗ କରି କାମ ହାସଲରେ ସାହାଯ୍ୟ କରିପାରନ୍ତି।
କନ୍ୟା : ପରିସ୍ଥିତି ଯାହା ଥାଉନା କାହିଁକି ମୁଖଭାବରେ ଚନ୍ଦ୍ର ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାରରେ ପୂର୍ବଶତ୍ରୁତାକୁ ଭୂଲି ଯାଇପାରନ୍ତି। ପୁରାତନ ରୋଗ, ସରକାରୀ ଋଣ ଓ ବିଗତ ଦିନରୁ ଲାଗିରହିଥିବା ପରୋକ୍ଷ ଶତ୍ରୁତା ପ୍ରତି ସତର୍କ ରହିବା ଭଲ। ସଭାସମିତି, ସାହିତ୍ୟ, ସଙ୍ଗୀତ ସାଧନା ତଥା ପ୍ଲଟିଙ୍ଗ୍ କାରବାର ପାଇଁ ଦିନଟି ବହୁତ ଭଲ।
ତୁଳା : କର୍ମାଧିପତି ରାଶିରେ ରହିଥିବାରୁ ଘରକଥାକୁ ପଛରେ ପକାଇ କାର୍ଯ୍ୟେକ୍ଷତ୍ରର ଗୁରୁତ୍ୱକୁ ପ୍ରାଧାନ୍ୟ ଦେବେ। ସାମାନ୍ୟ କେତେକ ସାଧାରଣ ବ୍ୟତିକ୍ରମକୁ ବାଦ୍ ଦେଲେ ଦିନଟି ପ୍ରାୟତଃ ଉପଭୋଗ୍ୟ ରହିବ। ସ୍ବାସ୍ଥ୍ୟ ସମସ୍ୟା, ଅର୍ଥାଭାବ ନିଜ ନିଜ ସ୍ଥାନରେ ବଳବତର ରହିବେ। ବହୁପୂର୍ବରୁ ଲାଗି ରହିଥିବା ଶତ୍ରୁତା ପ୍ରତି ସତର୍କ ରହିବା ଭଲ।
ବିଛା : ଦ୍ୱାଦଶସ୍ଥ ଚନ୍ଦ୍ର ଚର ରାଶିରେ ଥିବାରୁ କୌଣସି କାର୍ଯ୍ୟରେ ସ୍ଥିରତା ରହିବ ନାହିଁ। ଏକାଧିକ ଦାୟିତ୍ୱ ମୁଣ୍ଡାଇବା ହେତୁ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରିପାରନ୍ତି। ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ, ଅତଏବ ପ୍ରତ୍ୟେକ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବା ଭଲ ହେବ। ଶିଳ୍ପ, ପରିବହନ, ବ୍ୟବସାୟ କ୍ଷେତ୍ରରେ କିନ୍ତୁ ନିରାଶ ହେବେନି।
ଧନୁ : ଶନିଶ୍ଚର ରାଶିରେ ରହି ଆପଣଙ୍କୁ କୌଣସି ବନ୍ଧୁଙ୍କ ଦ୍ୱନ୍ଦ୍ୱଯୁକ୍ତ କଥାରେ ପ୍ରୋତ୍ସାହିତ କରିପାରନ୍ତି। ପୂର୍ବାଷାଢା ନକ୍ଷତ୍ର ଯାହା ଚାହଛନ୍ତି ତାହା ପାଇବେ କିନ୍ତୁ ମୁଣ୍ଡ ଖଟାଇ କରି ପାରିଲେ ହେଲା। ବ୍ୟବସାୟ, ପରିବାର, କର୍ମକ୍ଷେତ୍ର, ଅର୍ଥ ସମ୍ପର୍କ ଓଯାତ୍ରା ମନ୍ଦ ହେବ ନାହିଁ । ପାରିବାରିକ ସମସ୍ୟା ହେତୁ ମାନସିକ ଅବସାଦ ଜନିତ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।
ମକର : ଚନ୍ଦ୍ର ଓ ମଙ୍ଗଳଙ୍କ ଷଡାଷ୍ଟକ ଓ କର୍ମାଧିପ ବାଧକସ୍ଥାନରେ ଥିବାରୁ କର୍ମକ୍ଷେତ୍ରରେ ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇପାରେ। ନିକଟ ସମ୍ପର୍କୀୟ କିମ୍ବା ଆତ୍ମୀୟମାନେ ସ୍ବାର୍ଥସାଧନ ମାନସରେ କିଛି ଅଘଟଣ ଘଟାଇ ପାରନ୍ତି। ବ୍ୟବସାୟ ଓ ପରିବହନରେ ସଫଳତା ହାସଲ କରିବେ। ପୂର୍ବବିବାଦ କିମ୍ବା କଚେରି ମାମଲା କ୍ଷେତ୍ରରେ ଦୁଃଶ୍ଚିନ୍ତା ଲାଗି ରହିବ।
