ପାରାଦୀପ: ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିଜେଡି ଫାଟ । ବିଧାୟକଙ୍କ ଦୁର୍ନୀତି ବିରୋଧିରେ ମୁଣ୍ଡ ଟେକିଛି ବିଜେଡ଼ି ଆଉ ଏକ ଗୋଷ୍ଠୀ । ଗତକାଲି ଏରସାମାର ବିଜେଡିର ଯୁବ ନେତା ଶଶିକାନ୍ତ ପରିଡା ନିଜ ଶକ୍ତି ଦେଖାଇଛନ୍ତି । ପ୍ରାୟ ହଜାର ହଜାର କର୍ମୀଙ୍କୁ ବିଧାୟକଙ୍କ ବିରୋଧରେ ମେଳି କରି ସହର ପରିକ୍ରମା କରିବା ବେଳେ ବିଭିନ୍ନ କଟୁ ସ୍ଲୋଗାନ ଦେଇଥିବା ଦେଖିବାକୁ ମିଳିଛି । ଏହି ଦୁର୍ନୀତି ବିରୋଧି ରାଲି ଏରସମା ବ୍ଲକ୍ ରୁ ଆରମ୍ଭ ହୋଇ ବିଭିନ୍ନ ସହର ପରିକ୍ରମା କରି କାଣିପଦା ଜାମୁ ମଠରେ କର୍ମୀମାନେ ପହଂଚିଥିଲେ । ଏହି ସମ୍ମିଳନୀରେ ୨୫ ପଂଚାୟତରେ ସରକାରଙ୍କ ବିଭିନ୍ନ ଯୋଜନାକୁ ବିଧାୟକଙ୍କ ସଲାସୁତରାରେ ୫ଜଣ ଠିକାଦାର ଲୁଟୁଥିବା ଅଭିଯୋଗ ଆଣିଛନ୍ତି । ଯେଉଁ ସମୟରେ ଶାସକ ଦଳରୁ ବରିଷ୍ଠ ବିଧାୟକ ଦାମ ରାଉତ ସରକାରଙ୍କ ବିରୋଧିରେ ମେଳି କରୁଛନ୍ତି ସେତିକି ବେଳେ ବିଜେଡ଼ିରେ ଫାଟ ଦାମକୁ ଦଳ ଦେଉଥିବା ନେଇ ଚର୍ଚ୍ଚା ହେଉଛି । ଯଦି ଶାସକ ଦଳ ଏପରି ଫାଟକୁ ସ୍ଥାଇ ସମାଧନ ବଦଳରେ ପ୍ୟାଚ୍ ମାରେ ତେବେ ନେଡ଼ି ଗୋଡ଼ କୋହୁଣିକୁ ବୋହିବା ନେଇ ସାଧାରଣରେ ଚର୍ଚ୍ଚା ହେଲାଣି ।
ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିଜେଡିରେ ଫାଟ; ଦାମକୁ ଦେଲା ବଳ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- kapelnica ot zapoya_brMr on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- Kapelnica ot pohmelya_eest on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- melbet_yoma on ଚୋରା ସାଜିଥିଲା କୋଟିପତି
- 1win_rqet on ନିଖୋକ ପରେ ପାହଡ ତଳୁ ମିଳିଲା ନାବାଳିକାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଏହା ଅସ୍ପଷ୍ଟ !
- mostbet_ylsl on ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଗିରଫ
