ବରଗଡ଼ : ପ୍ରେମ ଓ ଭକ୍ତିଭାବରେ ଉଚ୍ଛନ୍ନ ସମଗ୍ର ଗୋପପୁର । କୃଷ୍ଣ ପ୍ରେମରେ ନିଗମ ଗୋପୀ, ଗୋପାଙ୍ଗନା । ଲୀଳାମୟ ପ୍ରଭୁଙ୍କ ଗୋଟିଏ ପରେ ଗୋଟିଏ ବାଲ୍ୟଲୀଳା କରିଛି ସମସ୍ତଙ୍କୁ ବିସ୍ମିତ । ଧନୁଯାତ୍ରା ପଞ୍ଚମ ଦିବସରେ ଗୋପପୁରରୁ ମଥୁରାନଗରୀକୁ ଗୋପୀମାନେ ଦଧି ବିକ୍ରି ପାଇଁ ଆସିଥିବା ବେଳେ ଶ୍ରୀକୃଷ୍ଣଙ୍କୁ ବ୍ରହ୍ମା କରିଛନ୍ତି ବଂଶୀଦାନ । ସେପଟେ ଶ୍ରୀକୃଷ୍ଣ ଯାମଲାଜୁର୍ନ ଭଞ୍ଜନ କରି ସାଖା ସହୋଦରଙ୍କ ସହ ବଣ ଭୋଜି କରିବା ପରେ କାଳନ୍ଦୀ ହ୍ରଦରେ କାଳୀୟ ନାଗକୁ କରିଥିଲେ ଦଳନ । ଗୋପପୁର ପରିଭ୍ରମଣ ସମୟରେ ଶ୍ରୀକୃଷ୍ଣ, ବଳରାମ ବେନି ଭାଇଙ୍କୁ ବେଣୁବାବା ମଂଞ୍ଚରେ ଦିଆଯାଇଛି ଭବ୍ୟ ସ୍ୱାଗତ । ଅଟ୍ଟହାସ୍ୟରେ କମ୍ପୁଛି ମେଦିନୀ, ଲୋକନାଚ, ଗୀତ ଓ ବାଦ୍ୟରେ ଦୁଲୁକୁଛି ମଥୁରାନଗରୀର ରଙ୍ଗମହଲ, ରାଜଦରବାର । ଧନୁଯାତ୍ରା ମହୋତ୍ସବ ପଞ୍ଚମ ରଜନୀରେ ମହାରାଜା କଂସ କାଳୀୟ ନାଗ ଶ୍ରୀକୃଷ୍ଣଙ୍କ ଶରଣାପନ୍ନ ଶୁଣି ଭୀତତ୍ରସ୍ତ ହୋଇପଡ଼ିଛି । ସେପଟେ ମହରାଜା କଂସ ରାଜା ଜରାସନ୍ଧଙ୍କୁ ଯୁଦ୍ଧରେ ପରାସ୍ତ କରି ଝିଅ ହେତୀ ଓ ପ୍ରହେତୀଙ୍କୁ କରିଛନ୍ତି ବିବାହ । ଗୋପପୁରେ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ହତ୍ୟା କରିବା ପାଇଁ ରଙ୍ଗସଭା ଆୟୋଜନ କରିବାକୁ ମହର୍ଷି ନାରଦ ଦେଇଛନ୍ତି ପରାମର୍ଶ । ଆସନ୍ତାକାଲି ରାଜଦରବାରରେ ରଙ୍ଗସଭା ଆୟୋଜନ ଯୋଗ ଦେବା ପାଇଁ ମହରାଜା କଂସ ପଡ଼ୋଶୀ ରାଜାଙ୍କୁ ଦେଇଛନ୍ତି ନିମନ୍ତ୍ରଣ । ସେପଟେ ଭାରତୀୟ ସେନା ଦିବସ ଉପଲକ୍ଷେ ଅବସରପ୍ରାପ୍ତ ସେନା ଅଧିକାରୀମାନେ ରାଜଦରବାରରେ ମହାରାଜା କଂସଙ୍କୁ ସ୍ୱାଗତ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ ଅତିଥି ଭାବେ ଦେଇଥିଲେ ଯୋଗ ।
ବରଗଡ଼ ଧନୁଯାତ୍ରରେ ଦୁଲୁକୁଛି ସହର;ଆଜି ଚାଲିଛି ଗୋପରେ କହ୍ନେଇର ଲୀଳା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Ronaldanync on ଯାଜପୁରରୁ ଆଉ ୨ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୬କୁ ବୃଦ୍ଧି
- Rafaelbox on ପ୍ରବାସୀ ଓଡ଼ିଆମାନଙ୍କୁ ନିୟମ ମାନିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- LesterdoubS on ଉତ୍ତର ପ୍ରଦେଶର ୧୨ସହିଦ ଯବାନଙ୍କ ଘରକୁ ମିଳିବ ୨୫ ଲକ୍ଷ ଟଙ୍କା !
- Rafaelbox on ରାସ୍ତା ପାଇଁ ମେଳି ବାନ୍ଧିଲେ ଗ୍ରାମବାସୀ; ହକ୍ ପାଇଁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଜାରି !
- ThomasAtrox on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
