ପାଣ୍ଡ୍ୟାଙ୍କୁ ପୁଣି ଝଟକା; ଚାଲିଗଲା ସ୍ପୋର୍ଟ୍ସ କ୍ଲବର ସଦସ୍ୟତା!

Odisha Hot News
1 Min Read

ନୂଆଦିଲ୍ଲୀ ; ମହିଳାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଫସି ଯାଇଥିବା ପାଣ୍ଡ୍ୟାଙ୍କୁ ଲାଗିଲା ପୁଣି ଏକ ଝଟକା । ନିକଟରେ ଟିଭି କାର‌୍ୟ୍ୟକ୍ରମ ‘କଫି ୱିଥ୍ କରନ୍’ରେ ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ବ୍ୟାଟସ୍ମ୍ୟାନ୍ କେଏଲ୍ ରାହୁଲ ନିଲମ୍ବିତ ହୋଇଥିବା ସେମାନଙ୍କୁ ଅଷ୍ଟ୍ରେଲିଆ ଗସ୍ତର ଅଧାରୁ ସ୍ୱଦେଶ ଫେରାଇ ଅଣାଯାଇଛି । ତେବେ ପୁଣି ଆଉ ଏକ ଝଟ୍କା ପାଣ୍ଡ୍ୟାଙ୍କୁ ସ୍ତବ୍ଧ୍ କରିଦେଇଛି। ମୁମ୍ବାଇର ଖାର୍ ଜିମ୍ଖାନା ପାଣ୍ଡ୍ୟାଙ୍କଠାରୁ ସ୍ପୋର୍ଟଷ କ୍ଲବ୍ (ମେମ୍ବରସିପ୍) ସଦସ୍ୟତା ପ୍ରତ୍ୟାହାର କରିନେଇଛି। ଖାର୍ ଜିମ୍ଖାନାର କହିବା ଅନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ୨୦୧୮ରୁ ୩ ବର୍ଷ ପାଇଁ ସଦସ୍ୟତା ଥିଲା।କିନ୍ତୁ ପାଣ୍ଡ୍ୟାଙ୍କ ବିରୋଧରେ ଆପତ୍ତିଜନକ ଅଭିଯୋଗ ଆସିବା ପରେ ତାଙ୍କ ସଦସ୍ୟ ପଦ ପ୍ରତ୍ୟାହାର କରିନେବା ପାଇଁ ନିଷ୍ପତ୍ତି ହୋଇଛି। ଖାଲି ସେତିକି ନୁହେଁ ଅନେକ ବଡ଼ ବଡ଼ କମ୍ପାନୀ ମଧ୍ୟ ପାଣ୍ଡ୍ୟାଙ୍କ ସହ ଚୁକ୍ତି ବାତିଲ କରିଛନ୍ତି।
ଅନ୍ୟପଟେ ପାଣ୍ଡ୍ୟାଙ୍କ ବାପା ହିମାଂଶୁ କହିଛନ୍ତି , “ ଅଷ୍ଟ୍ରେଲିଆରୁ ଫେରିବା ପରେ ପାଣ୍ଡ୍ୟା ସଂପୂର୍ଣ୍ଣ ରୂପେ ବଦଳି ଯାଇଛନ୍ତି। ସେ ଆଦୌ କାହା ସହ କଥା ହେଉନାହାନ୍ତି କି କାହା ଫୋନ ମଧ୍ୟ ଉଠାଉ ନାହାନ୍ତି। ଏପରି କି ଘର ବାହାରକୁ ପାଦ କାଢ଼ୁ ନାହାନ୍ତି। ସବୁବେଳେ ଘର ମଧ୍ୟରେ ନିଜକୁ ବନ୍ଦ କରି ଭୁଲ ପାଇଁ ଅନୁତାପ କରୁଛନ୍ତି ସେ ଏଭଳି ଭୁଲ କରିବ ନାହିଁ ବୋଲି ପ୍ରତିଜ୍ଞା ମଧ୍ୟ କରିଛନ୍ତି।“

Share This Article
Leave a Comment