ପୁରୀ: ଶ୍ରୀମନ୍ଦିରରେ ଅସହାୟଙ୍କୁ ସାହାରା ଦେଲେ ଜାଗୱାର ସଂଗଠନର କର୍ମକର୍ତ୍ତା । ଯେତେବେଳେ ଅସହ୍ୟ ଜାଡ଼ରେ ଜନଜୀବନ ଅସ୍ତବ୍ୟସ୍ଥ ହେଉଛି । ଠିକ୍ ସେତିକି ବେଳେ ଗରୀବ ବାସହରାଙ୍କୁ ସାହାରା ଦେଇ ସଂଗଠନ ପ୍ରଶଂସାର ପତ୍ର ପାଲଟିଛନ୍ତି । ସଂଗଠନ ସହର ବିଭିନ୍ନ ସ୍ଥାନରେ ବାସହରା ଅସହାୟ ଲୋକଙ୍କୁ ବସ୍ତ୍ର ଓ କମଳ ବଂଟନ କରିଛନ୍ତି । ଯେଉଁ ସମୟରେ ପ୍ରଶାସନ ଓ ନେତା ମନ୍ତ୍ରୀ ଏହି ଗରିବଙ୍କ ପ୍ରତି ମୁହଁ ଫେରାଇଥିଲେ ଠିକ୍ ସେତିକି ବେଳେ ସଂଗଠନର ଏପରି କାର୍ଯ୍ୟକୁ ପ୍ରତ୍ୟେକ ଦିଗରୁ ସମର୍ଥନ ଓ ପ୍ରଶଂସା ମିଳୁଥିବା ଦେଖିବାକୁ ମିଳିଛି । ପୂର୍ବରୁ ଜାଗୁୱାର କର୍ମକର୍ତ୍ତାମାନେ ସହରରେ ବିଭିନ୍ନ ଜନହୀତକର କାର୍ଯ୍ୟରେ ଲିପ୍ତ ରହୁଥିବା ବେଳେ ନିକଟରେ ସହରକୁ ସ୍ୱଚ୍ଛ ରଖିବା ପାଇଁ ବିଭିନ୍ନ ସ୍ଥାନରେ ଡଷ୍ଟବିନ୍ ବଂଟନ କରିଥିଲେ । ବିଶେଷକରି ଜାଗୁୱାର ସଂଗଠନର ଆଗଧାଡିର କର୍ମୀ କୁନ୍ଦନ କୁମାର ମାହାନ୍ତି, ଆଶିଷ,ବାସୁଦେବ ଓ ଯୁବରାଜ ଅନ୍ୟାନ୍ୟ ଯୋଗୁ ଏପରି ପରଉପକାରି କାର୍ଯ୍ୟ ସମ୍ଭବ ହେଉଥିବା ଜଣାପଡ଼ିଛି ।
ମୁହଁ ଫେରାଇ ଦେଲା ପ୍ରଶାସନ; ଶ୍ରୀକ୍ଷେତ୍ରରେ ଅସହ୍ୟ ଜାଡ଼ରେ ଅସହାୟଙ୍କୁ ସାହାରା ଦେଲେ ଜାଗୱାର କର୍ମକର୍ତ୍ତା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Charliejup on ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡର ଉପାଧ୍ୟକ୍ଷ
- 1win_xgpr on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
- Thomassog on ସୋନପୁରରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- Liamlauri on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
- Kainon on ବିଭିନ୍ନ ଦାବି ନେଇ ଆଜିଠୁ ବଲାଙ୍ଗିର ବନ୍ଦ
