ଭୁବନେଶ୍ୱର ; ଦୀର୍ଘ ୪୮ ଦିନ ଧରି ବିଭିନ୍ନ ଦାବି ନେଇ ରାଜରାସ୍ତାରେ ଅଙ୍ଗନୱାଡି କର୍ମୀ,କିନ୍ତୁ ଏ ଯାଏ ସରକାରଙ୍କ ନିଦ ଭାଙ୍ଗୁନି । ରାଜ୍ୟ ସରକାରଙ୍କ ନିକଟରେ ବିଭିନ୍ନ ଦାବି ଗୁଡିକ ପ୍ରଦାନ କରିଥିବା ସତ୍ତେ୍ୱ ରାଜ୍ୟ ସରକାର ଦାବି ଗୁଡିକ ପୁରଣ କରିବାରେ ଟାଳ ଟୁଳ ନୀତି କରୁଥିବାରୁ ଗତ ଡିସେମ୍ବର ୧୧ରୁ ଅଙ୍ଗନୱାଡି କର୍ମୀ ମାନେ ଗଣଧାରଣାରେ ବସିଛନ୍ତି । ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କରସ ତରଫରୁ ଆୟୋଜିତ ଏହି ଆନ୍ଦୋଳନରେ ଆଜି ସୁନ୍ଦରଗଡ ଜିଲ୍ଲାର ହଜାର ହଜାର କର୍ମୀ ସାମିଲ ହୋଇଥିଲେ । ଅଙ୍ଗନୱାଡି କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା କରିବା , ସର୍ବନିମ୍ନ ମାସିକ ଦରମା ୧୮ ହଜାର ଓ ସହାୟିକା ମାନଙ୍କୁ ୯ ହଜାର ଟଙ୍କା ପ୍ରଦାନ କରିବା,କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କୁ ୬୦ ବର୍ଷ ପରିବର୍ତ୍ତେ ୬୫ ବର୍ଷ ବୟସରେ କାର୍ଯ୍ୟରହିତ କରାଯିବା ତା ସହିତ ମାସିକ ୩ ହଜାର ଅବସର କାଳିନ ଭତ୍ତା ଯୋଗାଇଦେବା ଆଦି ବିଭିନ୍ନ ଦାବି ନେଇ ରାଜରାସ୍ତାରେ ଗର୍ଜିଥିଲେ ଅଙ୍ଗନୱାଡି କର୍ମୀ । ଏହି ଧାରଣା କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ ରାଜ୍ୟ ଅସଂଗଠିତ କ୍ଷେତ୍ର ପ୍ରମୁଖ ବସନ୍ତ କୁମାର ସାହୁ, ଅଖିଳ ଭାରତୀୟ ଅଙ୍ଗନୱାଡି କର୍ମଚାରୀ ମହାସଂଘର ସାଧାରଣ ସମ୍ପାଦିକା ଅଞ୍ଜଳୀ ପଟେଲ, ଜିଲ୍ଲା ସଭାପତି ବାସନ୍ତି ବାଗ ପ୍ରମୁଖ ଯୋଗ ଦେବାସହ, ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଭୟାବହ ହେବା ନେଇ ଚେତାବନୀ ଦେଇଛନ୍ତି ।
ଦୀର୍ଘ ୪୮ ଦିନ ପରେ ବି ଚେତୁନି ସରକାର, ଆନ୍ଦୋଳନକୁ ତୀବ୍ରତର କଲେ ଅଙ୍ଗନୱାଡି କର୍ମୀ !

Leave a Comment
Leave a Comment