ନାବାଳିକା ପ୍ରେମିକା ହତ୍ୟାକାଣ୍ଡର ଫୁଟିଲା ଗୁମର, ପ୍ରେମିକ ଗିରଫ !

Odisha Hot News
1 Min Read


ବାଲେଶ୍ୱର ; ନାବାଳିକା ପ୍ରେମିକାକୁ ଗୁଳି କରି ହତ୍ୟା କରିବା ଘଟଣାର ଫିିଟିଲା ଗୁମର । ପ୍ରେମିକ ଓ ପ୍ରେମିକର ବାପା ମିଶି କରିଥିଲେ ହତ୍ୟା । ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟାର ୧୪ ବର୍ଷର ନାବାଳିକାକୁ ହତ୍ୟାକାଣ୍ଡ ଘଟଣାରେ ଭଦ୍ରକ ପୋଲିସ ଦୁଇ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ୨ ଜଣ ଶେଖ ଶାହାଦାଦା ଓ ତାର ବାପା ଶେଖ ମାଜିଦା । ସୂଚନାଥାଉକି,ଗତ ୩ ତାରିଖରେ ଶାହାଦାଦା ଅରଡ ବଜାର ଅଞ୍ଚଳର ଶେଖ ଆଲମଙ୍କ ୧୪ ବର୍ଷର ଝିଅକୁ ନେଇ ଫେରାର ହୋଇଯାଇଥିଲେ । କିନ୍ତୁ ୩ ଦିନ ପରେ ଘରକୁ ଫେରିବା ପରେ ଗତ ୨୨ ତାରିଖ ରାତି ପ୍ରାୟ ୧୧ଟା ୩୦ ସମୟରେ ପ୍ରେମିକାକୁ କେହି ଗୁଳି କରି ହତ୍ୟା କରିଥିଲା । ଏନେଇ ନାବାଳିକା ପ୍ରେମିକାର ଘରକୁ ଫୋନ ଯିବା ପରେ ପ୍ରେମିକ ହିଁ ତାଙ୍କ ଝିଅର ହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ସତ୍ୟସତ ସାମ୍ନାକୁ ଆସିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଅଭିଯୁକ୍ତ ଶେଖ ଶାହାଦାଦର ବଡଭାଇ ବନ୍ଧୁକ ନେଇ ଫେରାର ହୋଇଯାଇଥିବା ବେଳେ ତାର ପରିବାରର ସମସ୍ତ ସଦସ୍ୟ ଘରଛାଡି ଚାଲିଯାଇଥିବା ପୋଲିସ କହିଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ କଣ ଜଣା ପଡିନଥିବା ବେଳେ ଉଭୟ ପ୍ରେମିଯୁଗଳ ମଧ୍ୟରେ ମନୋମାଳିନ୍ୟ ଯୋଗୁ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

Share This Article
Leave a comment