ବଲାଙ୍ଗିର ; ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବଲାଙ୍ଗୀରରେ ଜୋର ଧରିଛି ଆନ୍ଦୋଳନ । ଏଥିପାଇଁ ଆଜିଠୁ ୩୦ ତାରିଖ ପର୍ୟ୍ୟନ୍ତ ଜିଲ୍ଲାରେ ଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ, ବ୍ୟାଙ୍କ ଏବଂ ସ୍କୁଲ, କଲେଜକୁ ବନ୍ଦ କରିବା ପାଇଁ ମିଳିତି କ୍ରିୟାନୁଷ୍ଠାନ କମିଟି ଓ ଜିଲ୍ଲା ଓକିଲ ସଂଘ ଆହ୍ୱାନ ଦେଇଛି। ଏଥିସହ ପିକେଟିଂ କରି ଖୋଲା ରହୁଥିବା ଅଫିସ୍ ଗୁଡିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସରକାର ଶୀଘ୍ର ବଲାଙ୍ଗିରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ପଦକ୍ଷେପ ନନେଲେ, ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରିବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ଧମକ ଦେଇଛି।
ବଲାଙ୍ଗିରର ପ୍ରାୟ ୩୦୦ଟି ସଙ୍ଗଠନ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଗତ ୩ ତାରିଖରୁ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଜିଲ୍ଲା ଓକିଲ ସଂଘର ମିଳିତ ଉଦ୍ୟମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ,ତହସିଲ ଏବଂ କୋର୍ଟକୁ ବନ୍ଦ କରାଯାଇ ଆନ୍ଦୋଳନ ଜାରି ରହିଛି । ସେହିପରି କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଆଜି ଆନ୍ଦୋଳନକାରୀମାନେ କଳାହାଣ୍ଡିରେ ସମସ୍ତ ସରକାରୀ କାର୍ୟ୍ୟାଳୟ ବନ୍ଦ ରଖିଛନ୍ତି।
ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜିଠୁ ବଲାଙ୍ଗୀରର ସବୁ ସରକାରୀ ଅଫିସ ବନ୍ଦ !
1 Comment
1 Comment

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.