ନିଜ ଜୀବନର ୧୦,୦୦୦ ତମ ମଚଂରେ ନୃତ୍ୟ ପର୍ଦଶନ କଲେ ଶାଶ୍ୱତ ଯୋଶୀ ।

Odisha Hot News
1 Min Read

ଭୁବନେଶ୍ୱର ; ଓଡିଶୀ ନୃତ୍ୟ ତାଙ୍କ ଜୀବନ । ଓଡିଶୀ ପାଇଁ ନିଜକୁ ସମର୍ପୀ ଦେଇଛନ୍ତି ସେ । ସେ ହେଉଛନ୍ତି ଉତ୍କଳ ଜନନୀର ଉଦୀୟମାନ ବରପୁତ୍ର ତଥା ଯୁବପ୍ରତିଭା ଶାଶ୍ୱତ ଯୋଶୀ ।

ତେବେ ୧୭ ବର୍ଷ ପୂର୍ବେ ୨୦୦୧ ମସିହାରେ ପ୍ରଥମକରି କୋଣାର୍କ ମହୋତ୍ସବ ରେ ନିଜ ପ୍ରତିଭା ପର୍ଦଶନ କରିଥିଲେ ଶାଶ୍ୱତ । ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ପାଇଁ ଏଯାବତ୍ ୬୨ ଟି ଦେଶରେ ପ୍ରାୟ ୧୦,୦୦୦ ଷ୍ଟେଜ ଶୋ କରିସାରିଲେଣି । ଓଲିଉଡ୍ ର କୈାଣସି କଳାକାର ଏପରି କରିପାରିନାହାନ୍ତି । ତାଙ୍କ କହିବା ମୁତାବକ ସେ ନିଜେ ମଧ୍ୟ ଜାଣିପାରିନାହାନ୍ତି ଓଡିଶୀ ନାଚୁନାଚୁ କେତେବଳେ ୬୨ ଟି ଦେଶ ଭ୍ରମଣ କରିସାରିଲେଣି ।
ନିକଟ ରେ ଆୟୋଜିତ କୋଣାର୍କ ମହୋତ୍ସବ ରେ ଶାଶ୍ୱତ ତାଙ୍କର ୧୦,୦୦୦ ତମ ମଞ୍ଚରେ ନୃତ୍ୟ ପଦର୍ଶନ କରିଛନ୍ତି । ଏଥିପାଇଁ ସେ ଲୋକଙ୍କ ଭଲପାଇବା ପାଇଁ ନିଜକୁ ଚିର ଋଣି ବୋଲି କହିଛନ୍ତି ।

Share This Article
Leave a comment