ଭାରତୀୟ ମହିଳା ଦଳର ନୂଆ କୋଚ୍ !

Odisha Hot News
1 Min Read


ଭୁବନେଶ୍ୱର : ନବେ ଦଶକର ଦକ୍ଷିଣ ଆଫ୍ରିକାର ବାମ ହାତି ବ୍ୟାଟସ୍ ମ୍ୟାନ ଗ୍ୟାରି କିଷ୍ଟେନ୍ । ସେ ୨୦୧୧ ପୁରଷ କ୍ରିକେଟ ୱାଲ୍ଡକପର ବିଜେତା ଭାରତୀୟ ଦଳର କୋଚ ରହିଆସିଛନ୍ତି । ସେ ବର୍ତ୍ତମାନ ମହିଳା କ୍ରିକେଟ୍ ଟିମ୍ର ମୁଖ୍ୟ କୋଚ୍ ପଦବୀ ପାଇଁ ଆବେଦନ କରିଛନ୍ତି । । ତାଙ୍କର ଅନୁଭୂତି ଭାରତୀୟ ମହିଳା କ୍ରିକେଟ୍ ଦଳ ପାଇଁ ବେଶ୍ ଉପାଦେୟ ହେବ ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, ମହିଳା କ୍ରିକେଟ୍ ଟି୨୦ ବିଶ୍ୱକପର ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲ୍ ମ୍ୟାଚ୍ରେ ବରିଷ୍ଠ ଖେଳାଳି ମିତାଲି ରାଜ୍ଙ୍କୁ ମ୍ୟାଚରୁ ବାଦ୍ ଦିଆଯିବାପରେ ଭାରତର ଶୋଚନୀୟ ପରାଜୟ ଘଟିଥିଲା।ମିତାଲି ଟିମରୁ ବାଦ ପଡ଼ିବା ପଛରେ କୋଚ୍ ରମେଶ ପାୱାର୍ଙ୍କ ହାତ ଥିବା ନେଇ ଚର୍ଚ୍ଚା ହେବାପରେ ବିବାଦ ଜୋର ଧରିଥିଲା। ସେ ଅଧିନାୟକ ହରମନ୍ପ୍ରୀତ୍ କୌର ଏବଂ ଉପଅଧିନାୟକ ସ୍ମୃତି ମନ୍ଧାନାଙ୍କୁ ସମର୍ଥନ ଯୋଗାଉଥିବାର ଅଭିଯୋଗ ଆସିବାପରେ ସେ ବିବାଦୀୟ ହୋଇପଡ଼ିଥିଲେ। ରମେଶ ପାୱାରଙ୍କ ଚୁକ୍ତି ମିଆଦ ସରିବା ପରେ ନୂତନ କୋଚ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ପାୱାର ପୁଣିଥରେ ଆବେଦନ କରିପାରିବେ ବୋଲି କୁହାଯାଇଛି।ଅନ୍ୟପକ୍ଷରେ ଗ୍ୟାରୀଙ୍କ ଆବେଦନକୁ ନେଇ ବିସିସିଆଇ ପକ୍ଷରୁ ମଧ୍ୟ ସକାରାତ୍ମକ ସୂଚନା ଦିଆଯାଇଛି।

Share This Article
Leave a Comment