ବାବା ଧବଳେଶ୍ବରଙ୍କ ରାଜରାଜେଶ୍ୱର ବେଶ ଦର୍ଶନ

Odisha Hot News
1 Min Read

ଆଠଗଡ଼ ୦୭।୧୧: ସୋମବାର ମଧ୍ୟ ରାଜରାଜେଶ୍ଵର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଲାଗି ହୋଇଛି ବାବାଙ୍କ ଅତି ପ୍ରିୟ ଗଜଭୋଗ ଓ ତରଣ। ଶୁଦ୍ଧ ପୂତ ଭାବରେ ପ୍ରସ୍ତୁତ ହୋଇଥିବା ଏହି ଭୋଗକୁ ପାଇବା ପାଇଁ ବର୍ଷ ତମାମ ଅପେକ୍ଷା କରି ରହିଥାନ୍ତି ଶ୍ରଦ୍ଧାଳୁମାନେ। ଭୋଗ ବିତରଣ ପାଇଁ ପୂଜକ ସମିତି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁ ମାନେ ପୂଜକଙ୍କ ସହ ଯୋଗାଯୋଗ କରି ପୀଠ ବାହାରେ ଏହି ଭୋଗ ପାଇ ପାରିବେ।

ତେବେ ନିର୍ଦ୍ଧାରିତ ସମୟ ଅନୁଯାୟୀ ବାବା ଧବଳେଶ୍ଵରଙ୍କ ପହଡ଼ ଖୋଲାଯାଇଥିଲା । ଏହାପରେ ୧୦୮ ଗରା ପବିତ୍ର ଜଳରେ ମହାସ୍ନାନ କରାଯାଇ ମଙ୍ଗଳ ଆଳତୀ ମଇଲମ ଆଦି ସମସ୍ତ ରୀତିନୀତି ନିର୍ଘଣ୍ଟ ସମୟ ଅନୁସାରେ ସମ୍ପାଦନ ହେବା ପରେ ଭର୍ଚୁଆଲ ମଧ୍ୟମରେ ବଡସିଂହାର ବେଶ ସହିତ ରାଜରାଜେଶ୍ଵର ବେଶରେ ବାବା ଧବଳେଶ୍ବର ଦର୍ଶନ ଦେଉଛନ୍ତି । ବାବା ଧବଳେଶ୍ୱଙ୍କୁ ଦର୍ଶନ ନିମନ୍ତେ ମନ୍ଦିରର ମୁଖ୍ୟରାସ୍ତା ଫାଟକ ପାଖରେ ଏଲଇଡି ସ୍କ୍ରିନ ଲାଗିଛି । ଭର୍ଚୁଆଲ ମଧ୍ୟମରେ ବାବା ଧବଳେଶ୍ବରଙ୍କୁ ଦର୍ଶନ ନିମନ୍ତେ ୟୁଟ୍ୟୁବ୍ ଲିଙ୍କ୍ ଦିଆଯାଇଛି। ସେପଟେ ଝୁଲାପୋଲ ଏବଂ ମନ୍ଦିର ବେଢାରେ ୧୪୪ ଧାରା ବଳବତ୍ତର ରହିଛି ।

Share This Article