ଭଦ୍ରକ: ଏହି ଜିଲାର ଧାମନଗର ଉପନିର୍ବାଚନରେ ୩ ତାରିଖରେ ମତଦାନ ସଂଗ୍ରହ ପରେ ବୁଥ୍ମାନଙ୍କ ରୁ ପୋଲିଂ ଦଳ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ଡ଼ିସବରସାଲ ଓ ରିସିଭିଙ୍ଗ୍ ସେଣ୍ଟରକୁ ଫେରିବେ । ଇ.ଭି.ଏମ୍. ଓ ଭିଭିପାଟ୍ ଏବଂ ଅନ୍ୟାନ୍ୟ ସରଞ୍ଜାମ ସେମାନଙ୍କ ଠାରୁ ଗ୍ରହଣ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା କର୍ମଚାରୀ ନିୟୋଜିତ କରାଯିବା ସହ ଅନ୍ୟାନ୍ୟ ପ୍ରସ୍ତୁତି ମଧ୍ୟ ସରିଛି । ଏହି ଉପନିର୍ବାଚନରେ ଥିବା ୫ଟି ପିଙ୍କ୍ ବୁଥର ପୋଲିଂ ଦଳଙ୍କ ଠାରୁ ଇ.ଭି.ଏମ୍. ଓ ଅନ୍ୟାନ୍ୟ ସରଞ୍ଜାମ ଗ୍ରହଣ ପାଇଁ ସ୍ୱତନ୍ତ୍ର ଭାବେ ଏକ ପିଙ୍କ୍ ରିସିଭିଂ ସେଣ୍ଟର ପ୍ରସ୍ତୁତ କରାଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ନିର୍ଦ୍ଦେଶ ମତେ ଦୁଇ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଓ ଶାନ୍ତନୁ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପିଙ୍କ୍ ରିସିଭିଙ୍ଗ୍ ସେଣ୍ଟର ଆୟୋଜିତ ହୋଇଛି । ପିଙ୍କ୍ ବୁଥ୍ କରାଯାଇଥିôବା ଧାମନଗର ଏନ୍.ଏ.ସି.ର ବୁଥ୍ ନମ୍ବର ୧୧୧, ୧୧୩, ୧୧୭, ୧୩୦ ଏବଂ ୧୩୧ ପାଇଁ ନିୟୋଜିତ ଥିବା ମହିଳା ପୋଲିଂ ଦଳମାନଙ୍କ ଠାରୁ ଏହି ପିଙ୍କ୍ ରିସିଭିଙ୍ଗ୍ ସେଣ୍ଟରରେ ଇ.ଭି.ଏମ୍., ଭିଭିପାଟ ଓ ଅନ୍ୟାନ୍ୟ ସରଞ୍ଜାମ ଗ୍ରହଣ କରାଯିବ ।
ପିଙ୍କ୍ ବୁଥ୍ ପାଇଁ ସ୍ୱତନ୍ତ୍ର ପିଙ୍କ୍ ରିସିଭିଙ୍ଗ ସେଣ୍ଟର

You Might Also Like
- Advertisement -
Comment