୧୩ଟି ଜନସଭାରେ ଆଭାସୀ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ – Fast News Network

Odisha Hot News
4 Min Read

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ଲାଗି ପ୍ରଚାର ଶେଷ ହେବାକୁ ଯାଉଛି । ଏହି ପରିପ୍ରେକ୍ଷିରେ ଆଜି ଅପରାହ୍ନରେ ୬ଟି ଜିଲ୍ଲା ପିରଷଦ ଜୋନ ଅଧିନ ଏକସଂଗେ ୧୩ଟି ଜନସଭାରେ ଆଭାସୀ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ଅପେକ୍ଷା କରିଥିବା କର୍ମୀମାନେ ବିଭୋର ହୋଇ ଯାଇଥିଲେ । ଧାମନଗର ନିର୍ବାଚନ ମଣ୍ଡଳୀର ବିକାଶ ଦାୟିତ୍ୱ ନେଇଥିବା ଉଦ୍‌ବୋଧନ ଦେଇଥିଲେ । ବିଜୁ ଜନତା ଦଳ ସୁଖଦୁଃଖ ସବୁବେଳେ ଲୋକଙ୍କ ସହିତ ରହିଛି । ମା’ମାନେ ସଶକ୍ତ ହେଉଛନ୍ତି, ମିଶନ ଶକ୍ତି ସେମାନଙ୍କ ନୂଆ ପରିଚୟ, ସେମାନଙ୍କ ମଧ୍ୟରୁ ଜଣେ ମା’ଙ୍କୁ ବିଧାୟିକା ଭାବେ ଦେଖିବାକୁ ଚାହୁଁଛନ୍ତି । ଆଗାମି ୧୮ ମାସ ଭିତରେ ୫ ବର୍ଷର କାମ କରିପାରିବା, ଗତ ନିର୍ବାଚନ ଗୁଡିକରେ ବିଜେଡିକୁ ବିପୁଳ ସମର୍ଥନ ଦେଇଥିବାରୁ ସେ ରାଜ୍ୟବାସୀଙ୍କ ନିକଟରେ ଋଣୀ ଆଦି ଉଦ୍‌ବୋଧନରେ କମ୍ପିଥିଲା ଧାମନଗର । ପ୍ରତ୍ୟେକ ସଭାରେ ବିପୁଳ ଜନ ସମାଗମ ପରିସରକୁ ଏକ ପ୍ରକାର ଉତ୍ସବ ମୁଖର କରିଥିଲା । ଧାମନଗର ହେଉଛି ଶାନ୍ତି, ସଦ୍‌ଭାଭାବ ଓ ଭାଇଚାରାର ଭୂମି । ଏହା ଧାମନଗରର ସବୁଠାରୁ ବଡ଼ ପରିଚୟ । ଏହି ପରିଚୟର ସୁରକ୍ଷା ପାଇଁ ଦଳ କାମ କରୁଛି । ବିଜୁ ଜନତା ଦଳ ସୁଖଦୁଃଖ ସବୁବେଳେ ରାଜ୍ୟବାସୀଙ୍କ ନିକଟରେ ରହିଛି । ସବୁବର୍ଗର ଲୋକଙ୍କ କଲ୍ୟାଣ ପାଇଁ କାମ ହେଉଛି । ରାଜ୍ୟବାସୀଙ୍କ ସହଯୋଗରେ ଓଡ଼ିଶା ଆଜି ବିକାଶ କ୍ଷେତ୍ରରେ ସାରା ଦେଶରେ ସୁନାମ କରିଛି । ଧାମନଗରର ବିକାଶ ମ୍ମ କେମିତି ଆଗକୁ ବଢ଼ିବ, ତାହା ସେ ନିଜେ ଦେଖିବେ ବୋଲି କହିଥିଲେ । ଆଗାମୀ ୩ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ଅବନ୍ତି ଦାସଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇ ଏପରି ଉଦ୍‌ବୋଧନ ଦେଇଥିଲେ ।
ଧାମନଗର ନିର୍ବାଚନ ମଣ୍ଡଳୀର ୧୩ଟି ସ୍ଥାନରେ ଆୟୋଜିତ ଏହିସବୁ ନିର୍ବାଚନୀ ସଭାରେ ବିପୁଳ ଜନ ସମାଗମ ହୋଇଥିଲା । ପ୍ରତ୍ୟେକ ସଭାରେ ଧାମନଗରର ଅଞ୍ଚଳର ହଜାର ହଜାର ମହିଳା ଏବଂ ଆବାଳ-ବୃଦ୍ଧ-ବନିତା ନିଜ ହୃଦୟରେ ସ୍ଥାନ ଦେଇଥିବା ସେମାନଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ମୁହଁରୁ ପଦେ ଭାଷଣ ଶୁଣିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ । ନାଚ, ଗୀତ, ବାଜା ଓ ସ୍ଳୋଗାନରେ ସମଗ୍ର ଅଞ୍ଚଳ କମ୍ପି ଉଠିଥିଲା । ଶେଷରେ ସବୁ ପ୍ରତୀକ୍ଷାର ଅବସାନ ଘଟାଇ ସନ୍ଧ୍ୟା ଠିକ୍ ୫.୩୦ ଘଟିକାରେ ଆଭାସୀ ମା୍ମମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ । ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ, ୨୦୧୯ ନିର୍ବାଚନରେ ଯେଉଁ ଜନମତ ଥିଲା ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ସେଥିରେ ପରିବର୍ତ୍ତନ ହୋଇଛି । ଶଙ୍ଖ ଚିହ୍ନରେ ଲୋକେ ବିଶ୍ୱାସ ରଖିଛନ୍ତି । ଧାମନଗରର ୬ଟି ଯାକ ଜିଲ୍ଲା ପରିଷଦ ଆସନରେ ବିଜୁ ଜନତା ଦଳକୁ ସେବାର ସୁଯୋଗ ଦେଇଛନ୍ତି । ସେହିପରି ଧାମନଗର ଏନଏସିର ୧୧ଟି ୱାର୍ଡରୁ ୯ଟି ୱାର୍ଡ ସହିତ ଅ୍ମକ୍ଷ ଓ ଉପା୍ମକ୍ଷ ଦାୟିତ୍ୱ ମ୍ମ ବିଜେଡିକୁ ମିଳିଛି । ଆଗକୁ ଏ ନିର୍ବାଚନରେ ବି ସେ ଧାରା ଜାରି ରହିବ ଏବଂ ଧାମନଗରର ବିକାଶ ଆହୁରି ଆଗକୁ ବଢ଼ିବ ବୋଲି କହିଥିଲେ । ଏହିସବୁ ଜନସଭାରେ ବିଜୁ ଜନତା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ତଥା ଉପସଭାପତି ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଅଶୋକ ପଣ୍ଡା, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରୀତିରଞ୍ଜନ ଘଡ଼େଇ, ସାଂସଦ ମୁନ୍ନା ଖାଁ, ସୁଲତା ଦେଓ, ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ପ୍ରଣବ ବଳବନ୍ତରାୟ, ବିଷ୍ଣୁବ୍ରତ ରାଉତରାୟ, ବ୍ୟୋମକେଶ ରାୟ, ସୋର ବିଧାୟକ ପର୍ଶୁରାମ ଧଡ୍ଡା ପ୍ରମୁଖ ବରିଷ୍ଠ ନେତୃବନ୍ଦ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ ।
ତିହିଡି ବ୍ଲକ ଅଧିନ ୬ ନମ୍ବର ଜୋନର ଅଚକ, ତାଳପଦା ଓ ପାଳିଆବିନ୍ଧା ପଞ୍ଚାୟତ ଲାଗି ନନ୍ଦପୁରସ୍ଥିତ ଆବାସୀ ପ୍ରଚାରରେ ବିଧାୟକ ବିଷ୍ଣବ୍ରତ ରାଉତରାୟଙ୍କ ସମେତ ଜଗତସିଂପୁର ବିଧାୟକ ତଥା ବିଧାନସଭା ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲୀ ଉପସ୍ଥିତ ଥିବାବେଳେ ଅସିତ ପଟ୍ଟନାୟକ, ଅସିତ୍ ଦାସ, ସନିଆ ନନ୍ଦ, ସରପଞ୍ଚ ପ୍ରେମଲତା ବିଶ୍ୱାଳ, ଯଶୋଦା ମଳିକ ଓ ଜୟଶ୍ରୀ ବେହେରା, ସମିତି ସଭ୍ୟ ଚିନ୍ତାମଣି ଦାସ, ମାଧବୀଲତା ଭୋଇ ଓ ଜୀବନଜ୍ୟୋତି ପଲେଇ, ଗଣେଶ ପ୍ରସାଦ ବିଶ୍ୱାଳ, ସୂର୍ଯ୍ୟନାରାୟଣ ଭୋଇ, ଅକ୍ଷୟ ମଲ୍ଲିକ, କାଳନ୍ଦି ସ୍ୱାଇଁ, କୈଳାସ ମଲ୍ଲିକ, ବୀରଭଦ୍ର ମଲ୍ଲିକ, ପ୍ରଶାନ୍ତ ସାହାଣି, ବ୍ଲକ ସଭାପତି ରଘୁନାଥ ପଣ୍ଡା, କାର୍ଯ୍ୟକାରୀ ସଭାପତି ବାପୁଜୀ ନାୟକ, ବୈକୁଣ୍ଠନାଥ ପାଣି, କମଳାକାନ୍ତ ଲେଙ୍କା, ପ୍ରଦୀପ ପଣ୍ଡା, ପ୍ରବୀର ନାୟକ, ନିତ୍ୟାନନ୍ଦ ବେହେରା, ରାକେଶ ମହାପାତ୍ର, ହୃଦାନନ୍ଦ ପୁହାଣ, ହରିଶ୍ଚନ୍ଦ୍ର ମିଶ୍ର, ବାସନ୍ତୀ ଜେନା, ଆଶିଶ ଶୁକ୍ଳ, ବିଶ୍ୱରଞ୍ଜନ ମହାପାତ୍ର, କୃପାସିନ୍ଧୁ ଖୁଣ୍ଟିଆ, ପ୍ରଦୀପ ସାହୁ, ଉପେନ୍ଦ୍ର ଜେନା, ମଧୁସୂଦନ ଜେନା, ଆନନ୍ଦ ମହାଳିକ, ନନ୍ଦ ବେହେରା, ଦ୍ୱିବେଦୀ ସେନାପତି, ରମେଶ ବେହେରା, ଉତ୍ତମ ମହାପାତ୍ର, ଉମାକାନ୍ତ ସେଠୀ, ଛନ୍ଦା ଚରଣ ନାୟକ, କଳ୍ପନା ନାୟକ, ସୁପ୍ରଭା ପାଣି, ତିଳୋତ୍ତମ ବେହେରା, ପୁଷ୍ପାଞ୍ଜଳୀ ଲେଙ୍କା, ଶୁଭଦ୍ରା ଶତପଥି, ପାର୍ବତୀ ଦାସ, ମମତା ସାହୁ ପ୍ରମୁଖଙ୍କ ସମେତ ଶହସ୍ରାଧିକ ଭାଇ ଓ ଭଉଣୀ ଉପସ୍ଥିତ ଥିଲେ ।

Share This Article