ଶୋଇବା ନିନ୍ଦରୁ ଉଠିପଡିଛି କେନ୍ଦ୍ରୀୟ ଟିମ , ପୁରୀରେ ବିଭିନ୍ନ ସେଲଟର ହୋମର ଯାଞ୍ଚ କଲେ ଏନସିପିସିଆରର ସଦସ୍ୟ ପାୟଲ ଶର୍ମା !

Odisha Hot News
1 Min Read


ଢେଙ୍କାନାଳ: ଆକ୍ସନ ମୁଡରେ କେନ୍ଦ୍ରୀୟ ଟିମ । ତେବେ ଢ଼େଙ୍କାନାଳ ବେଲଟିକରି ସେଲଟର ହୋମରେ ନାବାଳିକାଙ୍କୁ ଯୌନ ନିର‌୍ୟାତନା ଦିଆଯିବା ଘଟଣା ସାମ୍ନାକୁ ଆସିବା ପରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ଆରମ୍ଭ କରିଛି ତନାଘନା । ଏହି ଘଟଣାକୁ ନେଇ ଏନସିପିସିଆରର ସଦସ୍ୟମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବାବେଳେ ଆଜି ପୁରୀରେ ଏନସିପିସିଆରର ସଦସ୍ୟ ପାୟଲ ଶର୍ମା ପହଁଚି ବିଭିନ୍ନ ସେଲଟର ହୋମର ଯାଞ୍ଚ କରିଥିବା ଜଣାପଡିଛି ।ସେପଟେ ରାଜ୍ୟରେ ଚାଲିଥିବା ସେଲଟର ହୋମଗୁଡିକର ବାସ୍ତବ ସ୍ଥିତି ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ନେଇ ରାଜ୍ୟ ଅତିଥିଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି ।ଅନ୍ୟପଟେ ଏନସିପିସିଆର ସଦସ୍ୟ ଯଶୱନ୍ତ ଜୈନ ଓ ରାଜ୍ୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନା କରିଛନ୍ତି । ତେବେ ଆଲୋଚନା ପରେ ଢ଼େଙ୍କାନାଳ ଗସ୍ତରେ ଯିବେ ଏନସିପିସିଆର ଟିମ୍ । ଅନ୍ୟପଟେ ଢ଼େଙ୍କାନାଳ ବେଲଟିକରି ସେଲଟର ହୋମରେ ନାବାଳିକାଙ୍କୁ ଯୌନ ନିର‌୍ୟାତନା ଘଟଣା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ମେନେକା ଗାନ୍ଧି ଅସନ୍ତୋଷ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।

Share This Article
Leave a Comment