ତନିସ୍କ ପକ୍ଷରୁ ପୂଜା କଲେକ୍ସନ ‘ଆଲେଖ୍ୟ’ – Fast News Network

Odisha Hot News
2 Min Read

ଭୁବନେଶ୍ୱର: ଚଳିତ ପାର୍ବଣରେ ଭାରତୀୟ କଳାର ଅବିସ୍ମରଣୀୟ କାହାଣୀ ବିଷୟରେ ଜାଣିବେ ତନିସ୍କ ଗ୍ରାହକ ଏବଂ ଗୌରବର ସହ ଭାରତୀୟ କଳାର ସୁବର୍ଣ୍ଣ ବଂଶକୁ ପାଳନ କରିବେ। ଦେଶର ଅନ୍ୟତମ ଅଗ୍ରଣୀ ଗହଣା ବ୍ରାଣ୍ଡ ତନିସ୍କ ଚଳିତ ପାର୍ବଣରେ ଆାଣିଛି ‘ଆଲେଖ୍ୟ’ କଲେକ୍ସନ। ଏହି କଲେକ୍ସନ ଜରିଆରେ ଭାରତର ପୁରୁଣା ତଥା ସମୃଦ୍ଧ କଳାକୁ ସ୍ମରଣ କରିବେ ଗ୍ରାହକ। କାରଣ ‘ଆଲେଖ୍ୟ’ କଲେକ୍ସନ ଭାରତର ଖ୍ୟାତନାମା ମିନିଏଚର ଏବଂ ପିଚ୍ଓ୍ୱାଇ ପେଣ୍ଟିଙ୍ଗସ୍‌ରୁ ପ୍ରେରିତ। ନୂଆ କଲେକ୍ସନରେ ମହିଳାଙ୍କ ପାଇଁ ଚମତ୍କାର ନେକ୍ଲେସ, ଇୟରିଂ ଏବଂ ହାତତିଆରୀ ଗହଣା ପିସ୍ ରହିଛି। ଏ କଲେକ୍ସନରେ ଗହଣା ମୂଲ୍ୟ 70,000 ଟଙ୍କାରୁ ଆରମ୍ଭ।
ରାଜକୀୟ ଜୀବନଚର୍ଯ୍ୟାର ପୁନଃ କଳ୍ପନା କରାଯାଇ ଏହି ଚମତ୍କାର ପୂଜା କଲେକ୍ସନକୁ ପ୍ରସ୍ତୁତ କରାଯାଇଛି। ଭାରତୀୟ ଚିତ୍ରକଳାରୁ ପ୍ରେରିତ ହୋଇ ଆକର୍ଷଣୀୟ ସମସାମୟିକ ଗହଣା ଅଣାଯାଇଛି। ଚଳିତ ବର୍ଷ ତନିସ୍କର ପୂଜା ସମ୍ଭାର ପ୍ରାଚୀନ ଚିତ୍ରକଳା ଭଳି ଜଟିଳ କାରିଗରୀ ଏବଂ ଉଜ୍ଜ୍ୱଳ ରଙ୍ଗକୁ ପ୍ରତିଫଳିତ କରୁଛି। ‘ଆଲେଖ୍ୟ’ କଲେକ୍ସନରେ ଭାରତୀୟ ଚିତ୍ରକଳାକୁ ନୂତନ ଜୀବନ ପ୍ରଦାନ କରାଯାଇ ଏହାକୁ ଆଧୁନିକ ଡିଜାଇନରେ ରୂପାନ୍ତର କରାଯାଇଛି। ଜଟିଳ ପିଚ୍ଓ୍ୱାଇ ପେଣ୍ଟିଙ୍ଗ୍ସର ପ୍ରେରଣା ମଧ୍ୟରେ ଏ କଲେକ୍ସନର ସୌନ୍ଦର୍ଯ୍ୟ ଲୁଚି ରହିଛି ପିଚ୍ଓ୍ୱାଇ ପେଣ୍ଟିଙ୍ଗ୍, ଯାହାକି ପ୍ରଭୁ କୃଷ୍ଣଙ୍କ ଜୀବନକୁ ଚିତ୍ରଣ କରିଥାଏ। ମିନିଏଚର ପେଣ୍ଟିଙ୍ଗ୍ସ, ଯାହାକି ମୋଗଲ, ରାଜସ୍ଥାନୀ ଏବଂ ପହାରି କୋର୍ଟର ପ୍ରସିଦ୍ଧ ପରମ୍ପରା, ତାହାର ପ୍ରତିଫଳନ ଏଥିରେ ଦେଖିବାକୁ ମିଳିବ।
ଏ କଲେକ୍ସନରେ ଆକର୍ଷଣୀୟ ଡିଜାଇନ ରହିଛି, ଯାହାକି ଏହି ପେଣ୍ଟିସ୍‌ଗୁଡିକର ଷ୍ଟାଇଲାଇଜ୍ଡ ଫ୍ଲୋରା, ବିସ୍ତୃତ ଅଳଙ୍କାର, ଜଟିଳ ଷ୍ଟ୍ରୋକ, ଲୋଟସ ପଡ୍ ଏବଂ ଉଜ୍ଜ୍ୱଳ ଫ୍ରେମ୍ ଆଦିରୁ ଅନୁପ୍ରାଣିତ। ପ୍ରତ୍ୟେକ ଗହଣାକୁ ପିରୋଇ ଏବଂ ଇନାମେଲ ଭଳି ବିଭିନ୍ନ ଟେକ୍ନିକ୍‌ରେ ତିଆରି କରାଯାଇଛି, ଯାହାକି ଏଥିରେ ଆଧୁନିକତା ଭରୁଛି ସୁନା ଏବଂ କୁନ୍ଦନ ଟେକ୍ନିକ୍ ଏଥିରେ ଯୋଡାଯାଇଛି ଚିତ୍ରଶିଳ୍ପୀର କଳ୍ପନାର କାନ୍‌ଭାନସ୍‌ରେ। ଏହି କାରିଗରୀ ସ୍ପଷ୍ଟ ପ୍ରତିଫଳିତ ହେଉଥିବା ତନିସ୍କ ପକ୍ଷରୁ କୁହାଯାଇଛି। ଏ ପରିପ୍ରେକ୍ଷୀରେ ଟାଇଟନ କମ୍ପାନି ଲିମିଟେଡ୍ର ଡିଜାଇନ ମୁଖ୍ୟ ଅଭିଷେକ ରସ୍ତୋଗୀ କୁହନ୍ତି, ଅତି ସୁନ୍ଦର ଭାବେ ଡିଜାଇନ ହୋଇଥିବା ଗହଣାକୁ ଗ୍ରାହକଙ୍କ ନିକଟକୁ ଆଣିବା ଲାଗି ଆମର ପ୍ରାଥମିକତା ବଜାୟ ରହିଛି। ଆମର ପୂଜା ସମ୍ଭାର ‘ଆଲେଖ୍ୟ’ ପୂଜା ସେଲିବ୍ରେସନର ପ୍ରତି ମୁର୍ହୂକୁ ତାଜା କରିବ ଭାରତୀୟ କଳା ପିଚ୍ଓ୍ୱାଇ ଏବଂ ମିନିଏଚର ପେଣ୍ଟିଙ୍ଗ୍ସରୁ ଉଦ୍ଧୃତ ଏହି କଲେକ୍ସନରେ ପ୍ରାଚୀନ କଳାକୁ ନୂତନ ପିଢି ମୀନାକାରୀ ମୋଟିଫ୍ ଏବଂ ରଙ୍ଗ ସହ ପାଳନ କରାଯାଉଛି। ଆଲେଖ୍ୟର ଏକ୍ସକ୍ଲୁସିଭ୍ ପ୍ରଡକ୍ସଗୁଡ଼ିକୁ ଗ୍ରାହକ କମ୍ପାନୀର ୱେବ୍‌ସାଇଟ୍‌ରେ ଦେଖିପାରିବେ।

Share This Article