ନିଜାମୁଦ୍ଦିନ୍‌ଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା – Fast News Network

Odisha Hot News
1 Min Read

ଭଦ୍ରକ: ୨୦୨୦ ମସିହାରେ ଧାମନଗରର ପ୍ରସିଦ୍ଧ ଉର୍ସ ଉତ୍ସବରୁ ଫେରିବା ସମୟରେ ଭଦ୍ରକ ପୌରପାଳିକା ନିବାସୀ ନିଜାମୁଦ୍ଦିନ୍ ସହରର ବନ୍ତଛକ ଓଭରବ୍ରିଜ୍ ଉପରେ ଘଟିଥିବା ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏହି ଘଟଣାରେ ତାଙ୍କର ଅସହାୟ ପତ୍ନୀ ଓ ପରିବାର ଲୋକେ ସ୍ଥାନୀୟ ସମାଜସେବୀ ଓ ବର୍ତ୍ତମାନର ୧୨ ନଂ ୱାର୍ଡର କାଉନସିଲର ହେମନ୍ତ ସାହୁ ଉଦ୍ୟମରେ ଦୁର୍ଘଟଣା ଜନିତ କ୍ଷତିପୂରଣ ନିମନ୍ତେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ସେତେବେଳେ ତତ୍‌କାଳୀନ ଜିଲାପାଳ ଡ. ଜ୍ଞାନ ଦାସ ଅତିରିକ୍ତ ଜିଲାପାଳଙ୍କ ମାଧ୍ୟମରେ ତାଙ୍କୁ କ୍ଷତିପୂରଣ ରାଶି ଦେବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ତାହା ସେ ପାଇନଥିଲେ । ଫଳରେ ଶ୍ରୀ ସାହୁଙ୍କ ନେତୃତ୍ୱରେ ନିଜାମୁଦ୍ଦିନ୍‌ଙ୍କ ପତ୍ନୀ ଓ ପରିବାର ଲୋକେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥରେ ନୁହେଁ ଦୁଇ ତିନି ଥର ଗଣଧାରଣା ଓ ଆମରଣ ଅନଶନ ଦେଇଥିଲେ । ତତ୍‌କାଳୀନ ଜିଲାପାଳ ତ୍ରିଲୋଚନ ମାଝୀ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଉପଲବ୍ôଧ କରି ନିଜାମୁଦ୍ଦିନଙ୍କ ପରିବାରର ଆର୍ଥିକ ସହାୟତା ନିମନ୍ତେ ରାଜ୍ୟ ସରକାରଙ୍କୁ ଅବଗତ କରାଇବା ପରେ ଦୀର୍ଘ ୨ ବର୍ଷ ପରେ ୨ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ମଂଜୁର ହୋଇଛି । ଫଳରେ କାଉନ୍‌ସିଲର ହେମନ୍ତ ସାହୁଙ୍କ ଆବାହକତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୌରପାଳିକା ଅଧ୍ୟକ୍ଷା ଗୁଲମକୀ ହବିବ ତାଙ୍କ ପରିବାରକୁ ଉପରୋକ୍ତ କ୍ଷତିପୂରଣ ରାଶି ପ୍ରଦାନ ପୂର୍ବକ ଏଥିନିମନ୍ତେ ପୂର୍ବତନ ଜିଲାପାଳ ତ୍ରିଲୋଚନ ମାଝୀଙ୍କୁ ୱାର୍ଡବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Share This Article