ଓଡ଼ିଶାରେ ଇରାକ ରୋଗୀଙ୍କ ବିରଳ ଅସ୍ତ୍ରୋପଚାର – Fast News Network

Odisha Hot News
2 Min Read

[ad_1]

ଭୁବନେଶ୍ୱର: ସମ ଅଲଟିମେଟ ହସ୍ପିଟାଲରେ ଜଣେ ବିଦେଶୀଙ୍କର ବିରଳ ଅସ୍ତ୍ରୋପଚାର ହୋଇଛି। ଆଉ ଅସ୍ତ୍ରୋପଚାର ପରେ ଇରାକର ୬୫ ବର୍ଷୀୟ ରୋଗୀ ଜଣକ ସୁସ୍ଥ ହୋଇ ନିଜ ଦେଶକୁ ଫେରିଯାଇଛନ୍ତି | ମିଳିଥିବା ସୂଚନା ମୁତାବକ ଇରାକର ଅବଦୁଲ ଖଲିଦ ଇମରାନଙ୍କର ଗତ କିଛି ମାସ ହେବ କାନରୁ ପୁଜ ବାହାରିବା ସହ ମୁଣ୍ଡ ବିନ୍ଧା ହେଉଥିଲା। ପରେ ଏହାର ପ୍ରଭାବରେ ତାଙ୍କର ମୁହଁ ବଙ୍କା ହେବା ସହ ଶୋଇବା କଷ୍ଟକର ହୋଇପଡିଥିଲା। ଏହାପରେ ଇରାକରେ ପରୀକ୍ଷାରୁ ଜଣାପଡିଥିଲା ଯେ ତାଙ୍କୁ ସେଣ୍ଟ୍ରାଲ ସ୍କଲ ବେଶ ଅଷ୍ଟିଓ ମାଇଲିଟିସ ରୋଗ ହୋଇଛି | ଇରାକରେ ଯଦିଓ ରୋଗ ସମ୍ପର୍କରେ ଜଣା ପଡିଥିଲା କିନ୍ତୁ ଏହାର ଚିକିତ୍ସା ସମ୍ଭବ ନଥିଲା। ପରେ ସମ୍ ଅଲଟିମେଟ୍ ହସ୍ପିଟାଲରେ ଏହାର ଚିକିତ୍ସା ଓ ଅସ୍ତ୍ରୋପଚାର ସମ୍ପର୍କରେ ଜାଣି ନିଜ ପରିବାର ସହ ଓଡିଶାକୁ ଆସିଥିଲେ ଅବଦୁଲ।
ସମ ଅଲଟିମେଟର ଇ.ଏନ. ଟି ଓ ସ୍କଲ ବେଶ ସର୍ଜରି ବିଭାଗ ମୁଖ୍ୟ ଡାକ୍ତର ରାଧମାଧଵ ସାହୁଙ୍କ ତତ୍ୱାବଧାନରେ ଅଢେଇଘଣ୍ଟା ଧରି ନୂଆ ଜ୍ଞାନ କୌଶଳ ଅବଲମ୍ବନ କରି ଅସ୍ତ୍ରୋପଚାର କରାଯାଇଥିଲା। ଆଡ଼ଭାନ୍ସ ଏଣ୍ଡୋସ୍କୋପି ଓ ମାଇକ୍ରୋସ୍କୋପି ଜରିଆରେ ଅପରେସନ କରାଯାଇଥିଲା। ତେବେ ଅବଦୁଲଙ୍କୁ ୬୫ ବର୍ଷ ବୟସ ହୋଇଥିବାବେଳେ ସେ ମଧୁମେହରେ ଆକ୍ରାନ୍ତ ଯୋଗୁଁ ଅପରେସନ ଡାକ୍ତରଙ୍କ ପାଇଁ ଏହା ଚାଲେଞ୍ଜ ଥିଲା।
ତଥାପି ମଧ୍ୟ ଡାକ୍ତରୀ ଟିମ ଏଥିରେ ସଫଳ ହେବା ସହ ଆଜି ୬ ଦିନ ପରେ ତାଙ୍କୁ ଡାକ୍ତରଖାନାରୁ ଘରକୁ ଯିବାକୁ ଅନୁମତି ମିଳିଛି। ଅସ୍ତ୍ରୋପଚାରକୁ ନେଇ ଡାକ୍ତର ରାଧାମାଧବ ସାହୁ କହିଛନ୍ତି ଯେ ଯୁଗ ବଦଳିବା ସହ ଆମ ଓଡ଼ିଶା ବଦଳିଛି। ଓଡ଼ିଶାରେ ମଧ୍ୟ ଉନ୍ନତ ମାନର ଚିକିତ୍ସା, ନୂଆ ଜ୍ଞାନ କୌଶଳକୁ ଆପଣେଇ କଠିନରୁ କଠିନ ରୋଗର ଉପଶମ ଓ ଅସ୍ତ୍ରୋପଚାର ହେଇପାରୁଛି। ଏବେ ବାହାରୁ ରୋଗୀ ଓଡିଶା ଆସି ସୁସ୍ଥ ହେବା ନିଶ୍ଚିତ ପକ୍ଷେ ଓଡିଶା ପାଇଁ ଗର୍ବ ବୋଲି ଡାକ୍ତର ରାଧାମାଧବ ସାହୁ କହିଛନ୍ତି।

[ad_2]

Source link

Share This Article