[ad_1]
ଭୁବନେଶ୍ବର: ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ଖୋର୍ଦ୍ଧା ରୋଡ୍ ରେତଙ୍ଗ କଲୋନୀ ରେଲୱେ କଲ୍ୟାଣ ମଣ୍ଡପ ରେ 67 ତମ ରେଳ ସପ୍ତାହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳନ କରାଯାଇଛି। ଏହି ଉତ୍ସବରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ପୂର୍ବତଟ ରେଳର ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମହିଳା କଲ୍ୟାଣ ସଂଗଠନ (ECORWWO) ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା, ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍), ଶ୍ରୀ କଲ୍ୟାଣ ପଟ୍ଟନାୟକ ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶ୍ରୀ ଅଶୋକ କୁମାର, ଏହି ଉତ୍ସବରେ ଆସନ ଅଳଙ୍କୃତ କରିଥିଲେ ।
ଏହି ଅବସରରେ ଶ୍ରୀ ରିଙ୍କେଶ ରୟ ନିଜ ଅଭିଭାଷଣରେ ସମସ୍ତ ପୁରସ୍କାର ବିଜେତାଙ୍କୁ ସେମାନଙ୍କର ପ୍ରଗତିଶୀଳ ମନୋଭାବ ସହିତ କର୍ତ୍ତବ୍ୟ ପ୍ରତି ନିଷ୍ଠା ଏବଂ ଭକ୍ତି ପାଇଁ ଅଭିନନ୍ଦନ ଜଣାଇଛନ୍ତି | ସେ ତାଙ୍କ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ପ୍ରଶଂସା କରି କହିଥିଲେ ଯେ ସେମାନଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ପାଇଁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପୂର୍ବ ତଟ ରେଳ ଜୋନରେ ପାଳିତ 67 ତମ ରେଳ ସପ୍ତାହ ଉତ୍ସବରେ, 08ଟି ଦକ୍ଷତା ସିଲ୍କ ହାସଲ କରିଛ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଚଳିତ ଆର୍ଥିକ ବର୍ଷ ରେ, ଅଗଷ୍ଟ -2022 ପର୍ଯ୍ୟନ୍ତ, 63.96 ମିଲିୟନ୍ ଟନ୍ ଲୋଡିଂ ହାସଲ କରିଛି, ଯେଉଁଥିରେ ମାଲ ପରିବହନ ରାଜସ୍ୱ 6043 କୋଟି। ବର୍ତ୍ତମାନ ମାଲ ପରିବହନ ଲୋଡିଂ ଦୃଷ୍ଟିରୁ ଭାରତୀୟ ରେଳବାଇ ରେ, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ତୃତୀୟ ସ୍ଥାନରେ ରହିଛି। ଭାରତୀୟ ରେଳବାଇର ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳକୁ ସର୍ବୋତ୍ତମ କରିବା ପାଇଁ ସମାନ ଉତ୍ସର୍ଗୀକୃତ ତଥା ସହଯୋଗରେ କାର୍ଯ୍ୟ କରିବାକୁ ସେ ସମସ୍ତ କର୍ମଚାରୀଙ୍କୁ ନିବେଦନ କରିଛନ୍ତି।
ଉପରୋକ୍ତ ବାର୍ଷିକ ପୁରସ୍କାର ବିତରଣ ସମାରୋହରେ 95 ଗ୍ରୁପ୍-ସି କର୍ମଚାରୀ, 40 ଗ୍ରୁପ୍-ଡି କର୍ମଚାରୀ ଏବଂ 14 ଗ୍ରୁପ ପୁରସ୍କାର ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର କର୍ମଚାରୀମାନଙ୍କୁ ସେମାନଙ୍କର ଆନ୍ତରିକତା ଏବଂ ସମ୍ମାନଜନକ ସେବା ପାଇଁ ଉତ୍କଷ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ପୁରୀ ରେଳ ଷ୍ଟେସନକୁ ବୃହତ ରେଳ ୟାର୍ଡ ପାଇଁ ସୁରକ୍ଷା ସିଲଡ଼ ଜିତିଛି ଏବଂ ବୁଢାପଙ୍କ ରେଳ ଷ୍ଟେସନ କ୍ଷୁଦ୍ର ରେଳ ୟାର୍ଡ ପାଇଁ ସୁରକ୍ଷା ସିଲଡ଼ ଜିତିଛି। ଯାଜପୁର କେଉଁଝର ରୋଡ ର ସହକାରୀ ମଣ୍ଡଳ ଇଞ୍ଜିନିୟର, ଇଞ୍ଜିନିୟରିଂ ଦକ୍ଷତା ସିଲଡ଼ ହାସଲ କରିଛନ୍ତି। ପ୍ରଥମ ଥର ପାଇଁ ରେଳ ସପ୍ତାହ ପୁରସ୍କାର ବିତରଣ ସମାରୋହରେ “ଶ୍ରେଷ୍ଠ ରେଲୱେ ଇନଷ୍ଟିଚୁଟ” ସିଲଡ଼ ପରିଚିତ କରାଯାଇଥିଲା ଏବଂ କଟକ ରେଲୱେ ଇନଷ୍ଟିଚୁଟ ଏହି ସିଲ୍ଡ଼କୁ ହାସଲ କରିଛ। ଏହି ଅବସରରେ କର୍ମଚାରୀ ଏବଂ ଭାରତ ସ୍କାଉଟ୍ସ – ଗାଇଡ୍ସର ଶିଶୁ ମାନଙ୍କ ଦ୍ୱାରା ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଉତ୍ସବରେ ସମସ୍ତ ଶାଖା ଅଧିକାରୀ, ପୂର୍ବ ତଟ ରେଳବାଇ ମହିଳା କଲ୍ୟାଣ ସଂଗଠନର ସଦସ୍ୟ ଉପସ୍ଥିତ ଥିଲେ।ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ର ବରିଷ୍ଠ କାର୍ମିକ ଅଧିକାରୀ ଶ୍ରୀ ରଂଜନ କୁମାର ମହାନ୍ତି, ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
[ad_2]
Source link
Comment