[ad_1]
ଭୁବନେଶ୍ବର: କଟକ ସହରର ବିଶିଷ୍ଟ ସମାଜସେବୀ ତଥା ଠାକୁର ନିଗମାନନ୍ଦଙ୍କ ପରମ ଭକ୍ତ ତଥା ନୀଳାଚଳ ସାରସ୍ୱତ ସଂଘର ପୂର୍ବତନ ସମ୍ପାଦକ ଉମେଶ ଚନ୍ଦ୍ର ସାମନ୍ତରାୟଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ସମୟକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ଧରି ସେ କର୍କଟ ରୋଗରେ ପୀଡିତ ଥିଲେ। ତାଙ୍କ ଝିଅ ଆଚାର୍ଯ୍ୟ ହରିହର ମେଡିକାଲର ପ୍ରଫେସର ଡାକ୍ତର ଶାଗରିକା ସାମନ୍ତରାୟ ଓ ପୁତ୍ର ଇଂଜିନିୟର ମାନସ ସମାନରୟ ଓ ପରିବାର ଵର୍ଗ ଶେଷ ସମୟରେ ଉପସ୍ଥିତ ଥିଲେ।
ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମର ଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶ୍ରୀ ସାମନ୍ତରାୟଙ୍କ ଭଳି ଜଣେ ଧର୍ମପରାୟଣ ବ୍ୟକ୍ତି ନିଗମ ପରିବାରରେ ଏକ ଶୂନ୍ୟତା ସୃଷ୍ଟି କଲା ବୋଲି ମତ ବ୍ୟକ୍ତ କରିଛନ୍ତି।କେନ୍ଦ୍ରାପଡା ଜିଲ୍ଲା ଆଢଙ୍ଗା ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ । ମେଡିକାଲ କ୍ଷେତ୍ରରେ ବହୁ ଅସହାୟ ରୋଗୀଙ୍କୁ ସେ ସହାୟତା ଦେବା ସହ କଟକ ସହରର ମୋ ସାମାଜିକ ଓ ଧାର୍ମିକ ଅନୁଷ୍ଠାନ ସହ ଜଡିତ ଥିଲେ।
[ad_2]
Source link

Comment