ଭୁବନେଶ୍ବର: ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ସୁପାରିଶ କରାଯାଇଥିଲା। ସୁପାରିଶକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଚଳିତ ଅଗଷ୍ଟ ୩୧ରେ ମୁଖ୍ୟ ଶାସନ ସଚିବ ଭାବେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ସରିବାର ଥିଲା। କାର୍ଯ୍ୟକାଳ ୬ ମାସ ବଢିବା ଫଳରେ ଆସନ୍ତା ବର୍ଷ ଫେବ୍ରୁଆରି ୨୮ ଭାବେ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟଭାର ସମ୍ଭାଳିବେ ସୁରେଶ ମହାପାତ୍ର ।
୧୯୮୬ ମସିହା ବ୍ୟାଚ ଆଇଏଏସ ଅଧିକାରୀ ସୁରେଶ ମହାପାତ୍ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିବା ପରେ ୨୦୨୧ ଜାନୁଆରୀ ପହିଲାରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ। ୨୦୨୨ ମସିହା ଫେବ୍ରୁଆରି ୨୮ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା। ତେବେ କୋଭିଡ ମହାମାରୀର ଦ୍ଵିତୀୟ ଲହରର ମୁକାବିଲା ତଥା ଦକ୍ଷତାପୂର୍ଣ୍ଣ ପରିଚାଳନା ପାଇଁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ଏହି ସୁରେଶ ମହାପାତ୍ରଙ୍କ ସମୟରେ ରାଜ୍ୟ ସରକାର କାର୍ଯ୍ୟକାଳ ୬ ମାସ ବଢ଼ାଇଥିଲେ। ଏହି କାର୍ଯ୍ୟକାଳ ଅଗଷ୍ଟ ୩୧ରେ ଶେଷ ହେଉଥିଲା। ଏବେ ପୁଣି ସେପ୍ଟେମ୍ବର ୧ରୁ ୨୦୨୩ ମସିହା ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ସୁରେଶଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇଛନ୍ତି।
ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି – Fast News Network

Comment