ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଅବପାତରେ ପରିଣତ,ପାଣିପାଗବିଭାଗ ପକ୍ଷରୁ ସୂଚନା ଓଡିଶାରେ ବର୍ଷା ସମ୍ଭାବନା !

Odisha Hot News
3 Min Read


ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ସୁଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହେବ । ତେବେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସମୁଦ୍ର ଭିତରେ ପଶ୍ଚିମ ଦିଗ ଆଡ଼କୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହୋଇ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ମୁହାଁ ହେବ । ଏହା ୧୫ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡ଼ୁ ଉପକୂଳକୁ ଛୁଇଁବ। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି , ଏହାର ପ୍ରଭାବରେ ୧୪ ତାରିଖଠାରୁ ଉକ୍ତ ଦୁଇ ରାଜ୍ୟରେ ବର୍ଷା ପବନ ଲାଗିରହିବା ସହିତ ସମ୍ଭାବ୍ୟ ଝଡ଼ବର୍ଷାକୁ ଦୃଷ୍ଟିରେ ରଖି ଆଜି ପୁଣିଥରେ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏବେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୬୦ କିମି ରହୁଛି । ୧୩ ତାରିଖ ବେଳକୁ ତାହା ବୃଦ୍ଧି ପାଇ ଘଣ୍ଟା ପ୍ରତି ୬୫ କିମିରେ ପହଞ୍ଚି ବ। ୧୫ ଓ ୧୬ ତାରିଖରେ ଗଭୀର ଅବପାତ ପ୍ରଭାବରେ ଘଣ୍ଟା ପ୍ରତି ୮୦ କିମି ବେଗରେ ପବନ ବହିପାରେ ।ତେଣୁ
ଏହି ସମୟରେ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ ପଣ୍ଡିଚେରି ଉପକୂଳ ଅଶାନ୍ତ ରହିବ। ତେଣୁ ମତ୍ସଜୀବୀମାନେ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ୧୫ ଓ ୧୬ ତାରିଖରେ ଉପକୂଳ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ ପଣ୍ଡିଚେରିରେ ପ୍ରବଳରୁ ପ୍ରବଳ ବର୍ଷା ହେବା ସହିତ ୧୬ ତାରିଖଠାରୁ ଓଡ଼ିଶା ସମେତ ଛତିଶଗଡ଼, ତେଲେଙ୍ଗାନା, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି ।ଅନ୍ୟପଟେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ୧୬ ତାରିଖ ବେଳକୁ ଅବପାତର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ । କିନ୍ତୁ ପବନର ସମ୍ଭାବନା ନଥିବାବେଳେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇପାରେ । କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ । ଏହି ସମୟରେ ଉତ୍ତର ଓଡ଼ିଶାରେ ପାଗ ଶୁଖିଲା ରହିବ । ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ରହିଥିବାରୁ ଗୁରୁବାର ଝାରସୁଗୁଡ଼ା, ସମ୍ବଲପୁର, ନବରଙ୍ଗପୁର, କୋରାପୁଟ ଓ ସୁନ୍ଦରଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହୋଇପାରେ ।
ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ ଅବପାତ ବାତ୍ୟାରେ ପରିଣତ ହେବ କି ନାହିଁ ଏବେ କିଛି କହିହେବ ନାହିଁ । ତଥାପି ସ୍ଥଳ ଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୮୦ କିମି ପର‌୍ୟ୍ୟନ୍ତ ରହିବ । ବର୍ତମାନର ସ୍ଥିତିକୁ ଦେଖିଲେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। କେବଳ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ । ୧୪ ତାରିଖ ବେଳକୁ ଚିତ୍ର ସ୍ପଷ୍ଟ ହୋଇଯିବ । ୧୬ ତାରିଖ ସକାଳଠାରୁ ଆକାଶ ମେଘୁଆ ରହିବା ସହ ବର୍ଷାର ଆଶଙ୍କା ରହିଛି। ଦକ୍ଷିଣ-ପୂର୍ବ ଓ ଉତ୍ତର-ପୂର୍ବ ଦିଗରୁ ପବନ ବହିବ । ଦିନରେ ସର୍ବାଧିକ ତାପମାତ୍ରା ୧୮-୩୦ ଡିଗ୍ରି ରହିବାକୁ ଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୫ରୁ ୧୬ ଡିଗ୍ରି ମଧ୍ୟରେ ରହିବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ଥିବାରୁ ଚାଷୀମାନେ ଅମଳ ଅବସ୍ଥାରେ ଥିବା ଧାନ କାଟି ଦେବାକୁ ସେମାନେ ପରାମର୍ଶ ଦେଇଛନ୍ତି ।

Share This Article
Leave a Comment