ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ ପ୍ରସଙ୍ଗରେ ପୁରୀ ଓକିଲ ସଂଘ ପକ୍ଷରୁ ଦାଏର ମାମଲାକୁ ପୁରୀ ସିଭିଲ ଜଜ୍ ସିନିୟର ଡିଭିଜନ କୋର୍ଟ ଗ୍ରହଣ କରିଛନ୍ତି। ମାମଲାକୁ ବିଚାର ପାଇଁ ଗ୍ରହଣ କରି କୋର୍ଟ କେନ୍ଦ୍ର ଓ ରାଜ୍ୟକୁ ନୋଟିସ ଜାରି କରିଛନ୍ତି। ମାମଲାକୁ ବିଚାର ପାଇଁ ଗ୍ରହଣ କରି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ, ଏନ୍ଏମ୍ଏ, ଏଏସ୍ଆଇ, ଟାଟା ପ୍ରୋଜେକ୍ଟ, ଓବିସିସି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଙ୍କୁଲାପାଳ, ପୁରୀ ପୌର କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ସମସ୍ତ ପକ୍ଷଙ୍କୁ ଜବାବ ପାଇଁ ନୋଟିସ ହୋଇଛି। ଜୁନ୍ ୨୮ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
କେନ୍ଦ୍ର ଓ ରାଜ୍ୟକୁ ନୋଟିସ ଜାରି – Fast News Network
You Might Also Like
- Advertisement -

Comment