ପବିତ୍ର ଇଦ୍ ଉଲ ଫିତର ଅବସରରେ ବିଞ୍ଝାରପୁର ବ୍ଲକ୍ ଶାସନ୍ଦା ପଂଚାୟତ ଜମା ମସଜିଦ ପରିସରରେ ଆୟୋଜିତ ହୋଇଥିବା ସମୂହ ନମାଜ ପାଠ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଧାୟିକା ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଏଥିସହ ବ୍ଲକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ୍ , 26 ନମ୍ବର ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ, 25 ନମ୍ବର ଜିଲ୍ଲାପରିଷଦ ସଭ୍ୟ ଅହଲ୍ୟା ସ୍ୱାଇଁ, ଉପାଧ୍ୟକ୍ଷ ଶେଖ ଇର୍ସାଦ ଶାସନ୍ଦା ଗ୍ରାମ ପଞ୍ଚାୟତର ସରପଞ୍ଚ କାମଦେବ ଧଳ (ଟୁଟୁନ ଭାଇ) ସମିତି ସଭ୍ୟ ଅନନ୍ତ ବେହେରା, ସମାଜସେବୀ ଅଜିଜୁଲ୍ଲ ବାରି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତ ମୁସଲିମ ଗୁରୁଜନ, ଭାଇ ଭଉଣୀ ମାନଙ୍କୁ ଇଦଉଲ ଫିତରର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।
ଇଦ୍ ଅବସରରେ ସମୂହ ନମାଜ ପାଠ – Fast News Network
You Might Also Like
- Advertisement -

Comment