ଆପଣମାନଙ୍କର ରୁପି ବା ଡାଣ୍ଡ୍ରଫ୍ ସମସ୍ୟା ରହିଛି କି, ତାହେଲେ ଜାଣନ୍ତୁ କିଛି ଘରୋଇ ଉପଚାର !

Odisha Hot News
2 Min Read

ଭୁବନେଶ୍ୱର: ଶିତଦିନେ ଆସିଗଲେ ଆମ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇଥାଏ । ସେହି ସମସ୍ୟା ମ ଧ୍ୟରୁ ଗୋଟିଏ ହେଉଛି ରୂପି ବା ଡାଣ୍ଡ୍ରଫ୍ । ତେବେ ଏହି ସମସ୍ୟା ସାଧାରଣତଃ ସମସ୍ତଙ୍କ ନିକଟରେ ଦେଖାଯାଉଥାଏ । ତେବେ କେଶରେ ରୂପି ହେଉଥିବା ସମସ୍ୟାର ଯେତେ ପ୍ରତିକାର କଲେ ମଧ୍ୟ ସହଜରେ ଭଲ ହୁଏ ନାହୀଁ । ସେଥିପାଇଁ ଅନେକ ଚିନ୍ତାରେ ରହିଥାନ୍ତି । ତେବେ କିପରି ରୂପି ଜିନତ ସମସ୍ୟାକୁ ଦୂର କରିପାରିବେ, ସେଥିପାଇଁ ଆପଣମାନଙ୍କୁ କିଛି ଘରୋଇ ଉପଚାର ବିଷୟରେ ଜଣେଇବୁ… । ତାହେଲେ ଜାଣନ୍ତୁ ଘରୋଇ ଉପଚାର ସାମଗ୍ରୀ ଗୁଡି କଣ ରହିଛି । ରାଶି ତେଲ, ଆଲୋଭରା, ମେଥି ଏବଂ ଦହି ।
୧ – (ଦହି) ସାଧାରଣତଃ ସମସ୍ତଙ୍କ ଘରେ ଦହି ନିଶ୍ଚିତ ରହିଥାଏ । ତାହେଲେ ଏହି ଦହି ଦ୍ୱାରା ଆପଣମାନେ ସହଜରେ କେଶରେ ହେଉଥିବା ତୂପି ସମସ୍ୟାକୁ ସହଜରେ ଦୂରେଇ ପାରିବେ । ତେବେ ଦହିକୁ ସପ୍ତାହରେ ୩-୪ ଦିନ କେଶରେ ଲଗାନ୍ତୁ। ତେବେ ଦହିକୁ କେଶରେ ଲଗାଇବାର ଅଧଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ। ଦେଖିବେ ବହୁତ କମ୍ ଦିନରେ ଆପଣ ରୂପି ସମସ୍ୟାରୁ ମୁକ୍ତ ହେବେ। ଏପରିକି କେଶ ଝଡିବା ମଧ୍ୟ ଦୂର ହୋଇଯିବ।
୨- (ଆଲୋଭରା) ଆଲୋଭେରା ଜେଲରେ ଆଣ୍ଟି ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି ଫଙ୍ଗଲ୍ ଗୁଣ ରହିଛି। ଏହି ଗୁଣ ଯୋଗୁଁ ‘ଆଲୋଭେରା’ କେଶରୁ ରୂପି ଦୂର କରିଥାଏ। ତାହେଲେ ଜାଣନ୍ତୁ କିପରି ଏହାକୁ ଆପଣମାନେ କେଶରେ ଲଗାଇବେ । ପ୍ରଥମେ ଦୁଇ ଚାମଚ ‘ଆଲୋଭେରା’ ଜେଲରେ ଏକ ଚାମଚ ମହୁ ଏବଂ ଦୁଇ ଚାମଚ ଦହି ମିଶାନ୍ତୁ। ତାପରେ ଏହା ଭଲଭାବେ ମିଶ୍ରଣ ହେଲା ପରେ ସେହି ମିଶ୍ରଣକୁ ମୁଣ୍ଡରେ ଲଗାଇ ୧୫ ମିନିଟ୍ ପରେ ଶାମ୍ପୁ କରି ଦିଅନ୍ତୁ। ଏହାବ୍ୟତୀତ ଆପଣ ତିନି ଚାମଚ ‘ଆଲୋଭେରା’ ଜେଲରେ କିଛି ଡ୍ରପ୍ ନିମ୍ବ ତେଲ ମିଶାଇ ମୁଣ୍ଡରେ ଲଗାଇପାରିବେ। ଏମିତି କଲେ ମୁଣ୍ଡରେ ରୂପି ରହିବ ନାହିଁ।
୩- (ମେଥି) ଆପଣମାନେ ଜାଣିଥିବେ ମେଥିଶାଗ କାଇବା ଦ୍ୱାରା ଆମର ବହୁତ କାର ହୋଉଥାଏ । ସେମିତି ମେଥି କେଶରେ ହେଉଥିବା ରୂପି ସମସ୍ୟାସାକୁ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ । ତେବେ ରାତିରେ ଏକ ମୁଠା ମେଥି ପାଣିରେ ଭିଜାଇ ଦିଅନ୍ତୁ । ତାପରଦିନ ସକାଳେ ଏହାର ପେଷ୍ଟ୍ ପ୍ରସ୍ତୁତ କରି ମୁଣ୍ଡରେ ଲଗାନ୍ତୁ। ପାଖାପାଖି ୧ଘଣ୍ଟା ରଖିବା ପରେ ମୁଣ୍ଡ ସଫା କରିଦିଅନ୍ତୁ।
ରାଶି ତେଲ : ରାଶି ତେଳରେ ଅନେକ ଗୁଣ ରହିଛି । ଯେପରି ମୁଣ୍ଡବ୍ୟଥା ହେଉଥିଲେ ତାକୁ କପାଳରେ ଘସିଲେ ମୁଣ୍ଡକୁ ଟିକେ ଆରାମ ମିଳିଥାଏ । ସେମିତି ଏହି ରାଶି ତେଲର ଆଉ ଗୋଟିଏ ଗୁଣ ରହିଛି ମୁଣ୍ଡରେ ଜଦି ରୂପି ହେଉଥାଏ ତାହେଲେ ଆପଣମାନେ ତାହେଲେ ରାସିତେଲ ବ୍ୟବହାର କରନ୍ତୁ ।

Share This Article
Leave a Comment