ଭଦ୍ରକ: ଜଣେ ୨୨ ବର୍ଷିୟ ଯୁବକ ଥାନାରେ ଜମିଜମା ଗଣ୍ଡଗୋଳକୁ ନେଇ ଅପରପକ୍ଷଙ୍କ ବିରୁଦ୍ଧରେ ଅଭିଯୋଗ ଦେଇଥିବାବେଳେ ଏହାର ସମାଧାନ ପାଇଁ ଅଭିଯୋଗକାରୀକୁ ଥାନାକୁ ଡାକି ଥାନାବାବୁ ଓ ଏଏସ୍ଆଇ ତାଙ୍କ ଅଫିସ୍ରେ ଅମାନୁଷିକ ଭାବେ ପ୍ଲାଷ୍ଟିକ୍ ପାଇପ୍ରେ ମାଡମାରି ଗୁରୁତର କରିବା ଘଟଣାକୁ ନେଇ ସେ ନ୍ୟାୟ ପାଇଁ ଆଜି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାଟି ଘଟିଛି ଭଦ୍ରକ ଜିଲା ପୁରୁଣାବଜାର ଥାନା ପରିସରରେ । ଅଭିଯୋଗକାରୀଙ୍କ ଅଭିଯୋଗ ପତ୍ରରୁ ଯାହା ଜଣାଯାଏ ପୁରୁଣାବଜାର ଥାନା ଅଧୀନସ୍ଥ ପଠାଣମହଲା ନିବାସୀ ଅଜିତ୍ ଖାଁଙ୍କ ପୁତ୍ର ସମୀରୁଦ୍ଦିନ୍ (୨୨) ପୁରୁଣାବଜାର ଥାନାରେ ଗତ ୨୭ ତାରିଖରେ ଅପରପକ୍ଷଙ୍କ ବିରୁଦ୍ଧରେ ଏକ ଲିଖିତ ଏତଲା ଦେଇଥିଲା । ଏବଂ ସମୀରୁଦ୍ଦିନ୍ ସମାଧାନ ପାଇଁ ପରେ ଥାନାକୁ ଆସିଥିଲା । ସେହି ସମୟରେ ଅଭିଯୋଗକାରୀଙ୍କ ଠାରୁ ଯେଉଁ ପୁଲିସ୍ ଅଧିକାରୀ ଏତଲା ଗ୍ରହଣ କରିଥିଲେ, ସେ ପାଟ୍ରୋଲିଂରେ ଯାଇଥିବାରୁ ତାଙ୍କୁ ସନ୍ଧ୍ୟା ୭ଟା ବେଳେ ଥାନାକୁ ଆସିବାକୁ କହିଥିଲେ । ସେହି ସମୟରେ ଅପରପକ୍ଷ ସେକ୍ ଟିକିଲି, ଏଏସ୍ଆଇ ଆଇଚ ବାବୁ ଓ ପୁରୁଣାବଜାର ଥାନା ଆଇଆଇସିଙ୍କୁ ମୋଟା ଅଙ୍କର ଅର୍ଥରାଶି ଦେଇ କରଗତ କରି ଅଭିଯୋଗକାରୀଙ୍କ ବିରୁଦ୍ଧରେ ସେମାନଙ୍କୁ କୁମନ୍ତ୍ରଣା ଦେଇଥିବା ବିଷୟ ସେ ଅଭିଯୋଗ ପତ୍ରରେ ଦର୍ଶାଇଛି । ଫଳରେ ଏଏସ୍ଆଇ ଆଇଚ ବାବୁ ଓ ପୁରୁଣାବଜାର ଥାନାଧିକାରୀ ଅଭିଯୋଗକାରୀକୁ ଏକ ଓଜନିଆ ପ୍ଲାଷ୍ଟିକ୍ ପାଇପ୍ରେ ପଶୁଭଳି ନିର୍ଘାତିଆ ପିଟିବାରୁ ସେ ବେହୋସ୍ ହୋଇ ତଳେ ପଡିଯାଇôଥଲା । ପରେ ତାଙ୍କ ପରିବାର ଆସି ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାଡ ଫଳରେ ବାମଗୋଡଟି ଭାଙ୍ଗିଯାଇଥିବାବେଳେ ତାଙ୍କର ମାନବିକ ଅଧିକାର ଖଣ୍ଡନ ହୋଇଥିବାର ସେ ଦର୍ଶାଇଛନ୍ତି । ପୁଲିସ୍ ନ୍ୟାୟ ଦେବା ପରିବର୍ତ୍ତେ ଅନ୍ୟାୟ କରୁଛନ୍ତି ଅଭିଯୋଗକାରୀ ନିଜ ଅଭିଯୋଗ ପତ୍ରରେ ସୂଚାଇଛନ୍ତି । ଶେଷରେ ଅଭିଯୋଗକାରୀ ନ୍ୟାୟ ପାଇଁ ଦୁଇଜଣଙ୍କ ସହଯୋଗରେ ଆସି ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କୁ ଭେଟି ପୁରୁଣାବଜାର ଥାନାଧିକାରୀ ଓ ଏଏସ୍ଆଇ ଆଇଚ ବାବୁଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିବାକୁ ଦାବି କରିଛନ୍ତି । ଏବଂ ଏହାର ଏକକିତା ନକଲ ଆଇଜି ପୁଲିସ୍ ବାଲେଶ୍ୱର, ଡିଜି ପୁଲିସ୍ କଟକ ଓ ମାନବାଧିକାର କମିଶନର, ଭୁବନେଶ୍ୱରଙ୍କ ନିକଟକୁ ପ୍ରେରଣ କରାଯାଇଛି । ତେବେ ଏହି ଘଟଣାରେ ଥାନାରେ ଲାଗିଥିବା ସିସିଟିଭି ଫୁଟେଜ୍ ମୂଳେ ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା କହିଛନ୍ତି ।
ପୁରୁଣାବଜାର ଥାନାରେ ପୁଲିସ୍ର ଦବଙ୍ଗଗିରି – Fast News Network

You Might Also Like
- Advertisement -
Comment