ଭଦ୍ରକ: ଯୁବ ନେତା ହେମନ୍ତ ମହାପାତ୍ର ଭଦ୍ରକ ଜିଲ୍ଲାର ନୂତନ ଯୁବ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ମିଳିଛି । ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃିତି ରଂଜନ ଲେଙ୍କାଙ୍କ ସୁପାରିଶ୍ କ୍ରମେ ଜାତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି.ଭି. ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ଏହି ନିଯୁକ୍ତି ପରେ ଜିଲ୍ଲାର ଯୁବ ସମାଜକୁ ଏକ କରି ଜିଲ୍ଲାର ଉନ୍ନତି ପାଇଁ ଦଳୀୟ କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟ କରିବେ ବୋଲି ଶ୍ରୀ ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ଏଥି ସହିତ ଦଳର ରାଜ୍ୟ ଉପସଭାପତି ରାଜୀବ ପଟ୍ଟନାୟକ, ଜିଲ୍ଲା ସଭାପତି ସୁବ୍ରତ ଦାସ, ବରିଷ୍ଠ ନେତା ଅଶୋକ ଦାସ, ନଳିନୀକାନ୍ତ ମହାନ୍ତି, ଅଭିଷେକ ରାଉତ, ସତ୍ୟ ପୁହାଣ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ହେମନ୍ତ ମହାପାତ୍ର ହେଲେ ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ ଜିଲ୍ଲା ସଭାପତି
You Might Also Like
- Advertisement -

Comment