ଭଦ୍ରକ: ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ଚାଷୀ । ଧାମନଗର ସେବା ସମବାୟ ସମିତିର ଅନିୟମିତତା ନେଇ ଫେରାଦ ହେଲେ ଚାଷୀ । ଏହାସହିତ ବିଭିନ୍ନ ସମସ୍ୟା ସଂପର୍କରେ ଜିଲାପାଳଙ୍କୁ ଅବଗତ କରାଇଛନ୍ତି ଚାଷୀ । ଖବର ଅନୁସାରେ ଭଦ୍ରକ ଜିଲା ଧାମନଗର ସେବା ସମବାୟ ସମିତିକୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ବଦନାମ କରୁଛନ୍ତି । ସମିତି ସମ୍ମୁଖରେ କେତେକ ମଦ୍ୟପ ଓ ଅସାମାଜିକ ବ୍ୟକ୍ତି ଗାଳିଗୁଲଜ କରୁଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି । ଏମିତିକି ବେଆଇନ୍ ଭାବେ ଲକ୍ଷାଧିକ ଟଙ୍କାର ଋଣ ନିଆଯାଇଛି । ଏହି ସମସ୍ୟାର ସମାଧାନ ପାଇଁ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳ ତ୍ରିଲୋଚନା ମାଝୀ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି ।
ଜିଲାପାଳଙ୍କ ଠାରେ ଫେରାଦ ହେଲେ ଚାଷୀ – Fast News Network

You Might Also Like
- Advertisement -
Comment