ଭଦ୍ରକ: ଓଡିଶା ରାଜ୍ୟ ସରକାର ପୋର୍ଟ ଏବଂ ଅର୍ନ୍ତଦେଶୀୟ ଜଳପଥ ପ୍ରାଧିକରଣ ସଂସ୍ଥା ନିର୍ମାଣ କରିବା ସହ ରାଜ୍ୟ ବଜେଟର କିଛି ଅଂଶ ଏହି ବାବଦରେ ଖର୍ଚ୍ଚ କରିଥାନ୍ତି କେବଳ ସେବା ଯୋଗାଇବା ଆଶାରେ । ମାତ୍ର ଏହି ଆଶା ଦିନକୁ ଦିନ କ୍ଷୀଣ ହେବାରେ ଲାଗିଛି । ସରକାର ବଜେଟ ଉପରେ ବଜେଟ ଦେଇ ଚାଲିଛନ୍ତି ମାତ୍ର ତାହା କେବଳ ବିଭାଗୀୟ କର୍ତୁପକ୍ଷଙ୍କ ଦରମା ବାବଦରେ ନୁହେଁ ଏହି ବିଭାଗରେ ଥିବା ସମସ୍ତ ମୋଟର ଲଂଚ ଗୁଡିକର ରକ୍ଷଣାବେକ୍ଷଣ ପାଇଁ । ବିଭାଗୀୟ ଅଧିକାରୀ ରକ୍ଷଣାବେକ୍ଷଣ ନାମରେ ଅର୍ଥ ଶ୍ରାଦ୍ଧ କରୁଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଚାନ୍ଦବାଲି ଠାରେ ଥିବା ପୋର୍ଟସ ଏବଂ ଅର୍ନ୍ତଦେଶୀୟ ଜଳପଥ ପ୍ରାଧିକରଣ ସଂସ୍ଥା କେବଳ ନାହିଁ ନାହିଁରେ ଚାଲିଛି । ଖବର ଅନୁଯାୟୀ ଦୀର୍ଘ ୨ବର୍ଷ ହେବ ମୋଟର ଲଂଚ ଗଙ୍ଗା ଅଚଳ ହୋଇ ପଡି ରହିଥିବା ବେଳେ ବର୍ତ୍ତମାନ ଏହି ଲଂଚ ଉପରେ ଅନାବନା ଘାସ ମାଡିଯାଇଥିବା ବେଳେ ଏହି ଲଂଚର ସଂପୂର୍ଣ୍ଣ ଖରାପ ହୋଇ ଗଲାଣି ।
ଏହି ଖବର କେବଳ ଚାନ୍ଦବାଲିରେ ସିମୀତ ହୋଇ ରହିନାହିଁ ଏହାର ଖବର କଟକ ଠାରେ ଥିବା ବିଭାଗୀୟ ନିର୍ଦେଶକଙ୍କ ପାଖରେ ମଧ୍ୟ ପହଂଚିଛି । ମାତ୍ର ନିର୍ଦେଶକ ମହାଶୟ ଆଜି ନୁହେଁ କାଲି ନୀତି ଆପଣାଇବା ସହ ଏହି ଲଂଚ ମରାମତି ପ୍ରତି ଦୃଷ୍ଟି ଦେଉ ନାହାନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଧାମରା-ତାଳଚୁଆକୁ ଦୈନିକ ଯାତାୟତ କରୁଥିବା ବ୍ରାହ୍ମଣୀ ମୋଟର ଲଂଚ ଖରାପ ହୋଇ ସଂପୂର୍ଣ ଅଚଳ ହେବାକୁ ବସିଥିବା ବେଳେ କେବଳ କେତେଜଣ ବିଭାଗୀୟ ଟେକନିସିଆନ ଏହାକୁ ଥଥ ମମ କରି ଚଳାଇଥିବା ବେଳେ ଦୈନିକ ଏହି ଲଂଚଟି ଖରାପ ହୋଇ ପଡୁଛି ବୋଲି ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ । ଅନ୍ୟ ପକ୍ଷରେ ଗଙ୍ଗା ଲଂଚଟି ମରାମତି ହୋଇ ସେବା ଯୋଗାଇଲେ ବର୍ତମାନ ସେବା ଯୋଗାଉଥିବା ବ୍ରାହ୍ମଣୀ ଲଂଚ ମରାମତି ଅପେକ୍ଷାରେ । ମାତ୍ର ବିଭାଗୀୟ କର୍ତୁପକ୍ଷଙ୍କ ନୀରବତା ଦିନକୁ ଦିନ ପରିସ୍ଥିତିକୁ ଜଟିଳ କରି ପକାଉଛି । କେବେ ଏହି ଲଂଚ ସବୁ ମରାମତି ହୋଇ ନିୟମିତ ଯାତ୍ରୀବାହୀ ସେବା ଯୋଗାଇ ଦେବ ଅଥବା ଯାତ୍ରୀବାହୀ ସେବା ସଂପୂର୍ଣ ବନ୍ଦ ହେବ ତାହା ପ୍ରଶ୍ନବାଚୀ ହୋଇ ପଡିଛି ।
ଏ ବିଷୟରେ ଚାନ୍ଦବାଲି ଠାରେ ଅବସ୍ଥାପିତ କନିଷ୍ଠଯନ୍ତ୍ରୀ ହରେକୃଷ୍ଣ ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ ଖୁବଶୀଘ୍ର ଗଙ୍ଗା ଲଂଚଟି ମରାମତି ହୋଇ ସେବା ଯୋଗାଇବା ପରେ ବର୍ତମାନ ସେବା ଯୋଗାଉଥିବା ବ୍ରାହ୍ମଣୀ ଲଂଚଟି ମରାମତି ହେବ ବୋଲି କହିଥିଲେ । ଅନ୍ୟ ପକ୍ଷରେ ନିର୍ଦେଶକ ପଦ୍ମଲୋଚନ ରାଉଳଙ୍କ ସହ ଯୋଗାଯୋଗ କରିବାରୁ ସେ ଏ ବିଷୟ ପ୍ରତି ଦୃଷ୍ଟି ରଖିଛନ୍ତି ବୋଲି କହିଥିଲେ । ମାତ୍ର ଦୀର୍ଘ ୨ବର୍ଷ ହେବ ଖତ ଖାଉଥିବା ଲଂଚ ଗଙ୍ଗା ପୁନଶ୍ଚ ମରାମତି ହୋଇ ସେବା ଯୋଗାଇବ,ଅନ୍ୟ ପକ୍ଷରେ ବର୍ତମାନ ସେବା ଯୋଗାଉଥିବା ବ୍ରାହ୍ମଣୀ ମରାମତି ହେବ କେବଳ ଶୁଣିବାକୁ କର୍ଣକଟୁ ହୋଇ ପଡିଥିବା ବେଳେ ନୂତନ ଲଂଚ ବ୍ୟବସ୍ଥା କରି ପୁରୁଣା ଲଂଚ ଗୁଡିକୁ ସେବା ନିବୃତ କରିବା ଜରୁରୀ ହୋଇ ପଡିଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।
୨ବର୍ଷ ହେବ କୋମାରେ ଯାତ୍ରୀବାହୀ ମୋଟର ଲଂଚ ଗଙ୍ଗା – Fast News Network

Comment