୧୮ରୁ ସର୍ବସାଧାରଣଙ୍କ ଲାଗି ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ ଖୋଲିବ

Odisha Hot News
1 Min Read

ଭୁବନେଶ୍ବର: ଏପ୍ରିଲ ୧୮ ତାରିଖରୁ ସର୍ବସାଧାରଣଙ୍କ ଲାଗି ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ ଖୋଲିବ। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, କୋଭିଡ ସଂକ୍ରମଣ ବଢୁଥିବାରୁ ଲୋକସେବା ଭବନ, ଖାରବେଳ ଭବନ , କୃଷି ଭବନ ଏବଂ ରାଜୀବ ଭବନକୁ ପ୍ରବେଶ ପାଇଁ ଆଗନ୍ତୁକଙ୍କୁ ବାରଣ କରାଯାଇଥିଲା। ଆଗମନକାରୀଙ୍କୁ ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଏବଂ ରାଜୀବ ଭବନ ମନା କରାଯାଇଥିଲା। କରୋନା କାୟା ବିସ୍ତାରକୁ ନଜରରେ ରଖି ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏପରି କଟକଣା ଜାରି କରିଥିଲେ। ଏହା ସହିତ ପୂର୍ବରୁ ଜାରି ହୋଇଥିବା ପାସ୍ ଗୁଡ଼ିକ ଅଚଳ ହୋଇଯାଇଥିଲା। କୌଣସି ବ୍ୟକ୍ତିଙ୍କର ଜରୁରୀ କାମ ଥିଲେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଠାକୁ ଲୋକଙ୍କ ଯିବା ଆସିବା ରହୁଥିବାରୁ ସଂକ୍ରମଣ ରୋକିବାକୁ ଏପରି ନିଷ୍ପତ୍ତି ନିଆଯାଇଥିଲା। ଗୃହ ବିଭାଗର ସ୍ୱତନ୍ତ୍ର ସଚିବଙ୍କଠାରୁ ସଂପୃକ୍ତ ବିଭାଗର ସଚିବଙ୍କ ଜରିଆରେ ଅନୁମତି ପାଇବା ପରେ ସେ ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଏବଂ ରାଜୀବ ଭବନକୁ ପ୍ରବେଶ କରିପାରିବେ ବୋଲି କୁହାଯାଇଥିଲା।

Share This Article