ଭାରତ ମସଲାର ରାଜ୍ୟସ୍ତରୀୟ ଷ୍ଟକିଷ୍ଟ୍‌ ଓ ସୁପର ଷ୍ଟକିଷ୍ଟ୍‌ କର୍ମଶାଳା ଉଦ୍‌ଯାପିତ

Odisha Hot News
2 Min Read

କଟକ: ଇତି ମଧ୍ୟରେ ୨୨ ବର୍ଷ ବିତିଛି। ବନ୍ୟା, ବାତ୍ୟା ମହାବାତ୍ୟାଠୁ ଆରମ୍ଭ କରି କୋଭିଡ୍‌ ଭଳି ମହାମାରୀର ସାମ୍ନା କରି ଆମେ ଆଗକୁ ପାଦେ ପାଦେ ମାଡିଛେ। ଘାତ ପ୍ରତିଘାତକୁ ଏଡେଇ ଭାରତ ମସଲା କମ୍ପାନୀ ତାର ଉତ୍ପାଦନ ଦ୍ରବ୍ୟକୁ ରାଜ୍ୟରେ କୋଣ ଅନୁକୋଣରେ ପହଞ୍ଚାଇଥିବା ସହ ବାହାରକୁ ମଧ୍ୟ ରପ୍ତାନୀ କରୁଛି। ବ୍ୟବସାୟ ମୂଳ ଲକ୍ଷ୍ୟ ହୋଇଥିଲେ ମଧ୍ୟ ମୂଲ୍ୟ, ମାନ, ଗୁଣବତାରେ କେବେବି ଆମ୍ଭେ ସାଲିସ କରିନାହୁଁ। ରାଜ୍ୟର କୃଷି ଓ କୃଷକକୁ ଅଗ୍ରାଧିକାର ଦେଇ ଭାରତ ମସଲା କମ୍ପାନୀ ଓଡିଶାର ବିଭିନ୍ନ ଜିଲ୍ଲାରୁ କୃଷିଜାତ କଞ୍ଚା ମାଲ ସଂଗ୍ରହ କରି ଏହାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଯନ୍ତ୍ରପାତିରେ ବ୍ୟବହାର କରି ତାର ଉତ୍ପାଦ ଦ୍ରବ୍ୟକୁ ମାର୍କେଟକୁ ଛାଡୁଛି। ଫଳରେ ବଜାରରେ ଅନ୍ୟ କମ୍ପାନୀ ମାନଙ୍କ ଉତ୍ପାଦିତ ଦ୍ରବ୍ୟର ଚାହିଦାକୁ ଭାରତ ମସଲା କମ୍ପାନୀ ପ୍ରତିଯୋଗିତାରେ ଚାଲେଞ୍ଜ ଭାବେ ନେଇଛି।
କ୍ରାୟୋଜନିକ ଗ୍ରାଇଣ୍ଡିଂ ମେସିନ୍‌ର ବହୁଳ ବ୍ୟବହାର କରି ଉତ୍ପାଦନର ମାନ ଗୁଣ ବୃଦ୍ଧି କରିଛି ବୋଲି ଏପ୍ରିଲ ପହିଲା ଠାରୁ ୬ଦିନ ଧରି ପୁରୀ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଷ୍ଟକିଷ୍ଟ୍‌ ଓ ସୁପର ଷ୍ଟକିଷ୍ଟ୍‌ କର୍ମଶାଳାରେ ଭାରତ ମସଲାର ପରିଚାଳନା ନିର୍ଦେଶକ ସୁଶାନ୍ତ କୁମାର ପଣ୍ଡା କହିଛନ୍ତି। ଏହି ଆଲୋଚନାରେ ଶ୍ରୀ ପଣ୍ଡା ଯୋଗଦେଇ କମ୍ପାନୀର ବିତରଣ ଉତ୍ପାଦନ, ମୂଲ୍ୟ, ଗୁଣବତା ସଂକ୍ରାନ୍ତରେ ଷ୍ଟକିଷ୍ଟ୍‌ ଓ ସୁପର ଷ୍ଟକିଷ୍ଟ୍‌ମାନଙ୍କ ଠାରୁ ପଚାରି ବୁଝିବା ସହ ବ୍ୟବସାୟୀଙ୍କୁ ଆହୁରି ବ୍ୟାପକ କରିବା ପାଇଁ ବିଭିନ୍ନ ପରାମର୍ଶ ଦେବା ସହ ସେମାନଙ୍କ ଠାରୁ ପରାମର୍ଶ ମଧ୍ୟ ଗ୍ରହଣ କରିଥିଲେ। ଉନ୍ନତ ଜ୍ଞାନକୌଶଳକୁ ଆପଣାଇ ଅନ୍‌ଲାଇନ୍‌ ଓ ଡିଜିଟାଲ ମାର୍କେଟିଂରେ ପାଦ ଥାପି କମ୍ପାନୀ ନିଜକୁ ସମ୍ପ୍ରସାରଣ କରି ନୂତନ ଉତ୍ପାଦ ବଜାରକୁ ଛାଡିବାକୁ ପ୍ରୟାସ ଆରମ୍ଭ କରିଛି ବୋଲି ଏମଡି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଭାରତ ମସଲାର ଷ୍ଟକିଷ୍ଟ ଓ ସୁପରଷ୍ଟକିଷ୍ଟ, ଏଏସ୍‌ଏମ୍‌, ମାର୍କେଟିଂ ହେଡ୍, ସେଲ୍ସ କୋଡିନେଟର, ନିର୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା, ଜେନେରାଲ ମ୍ୟାନେଜର ଅଶ୍ୱିନୀ କୁମାର ଦାସ ପ୍ରମୁଖ ଯୋଗଦେଇ ମତବିନିମୟ କରିଥିଲେ।

Share This Article