ଭୁବନେଶ୍ବର: ସ୍ଥାନୀୟ ସେଣ୍ଟ୍ ଜୋନ୍ ଆମ୍ବୁଲାନ୍ସ, ଓଡ଼ିଶା ଶାଖା ତରଫରୁ ବିଶ୍ୱ ସ୍ବାସ୍ଥ୍ୟ ଦିବସ ପରିପ୍ରେକ୍ଷୀରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏବଂ ଏକ ରାଜ୍ୟସ୍ତରୀୟ ପ୍ରାଥମିକ ଚିକିତ୍ସାର ଅଧ୍ୟାପକ ହେବା ପାଇଁ ଏକ ତାଲିମ ଶିବିରର ଆୟୋଜନ ହୋଇଛି। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଏଡିଏମ୍ ପ୍ରଫୁଲ୍ଲ କୁମାର ସ୍ବାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସ୍ବେଚ୍ଛାସେବାର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ। ଆଜିର ଉଦ୍ଦେଶ୍ୟ ବା Theme “Our Planet – Our Health” ଉପରେ ଗଭୀର ଆଲୋକପାତ କରିଥିଲେ। ଓଡ଼ିଶାର 15ଟି ଜିଲ୍ଲାରୁ ଆସିଥିବା ଶିବିରାର୍ଥୀମାନଙ୍କୁ ଜଣେ ଭଲ ପ୍ରାଥମିକ ଚିକିତ୍ସାର ସଫଳ ଅଧ୍ୟାପକ ହେବା ପାଇଁ ଶୁଭେଚ୍ଛା ଜଣାଇଥିଲେ। ରାଜ୍ୟ ସଂସ୍ଥାର ସଚିବ ତଥା କମିଶନର ଡଃ ସନତ ପଟ୍ଟନାୟକ Key Note Addressରେ ସଂସ୍ଥାର ଆଗାମୀ ଦିନର ସ୍ବେଚ୍ଛାସେବୀମାନଙ୍କ ଭୂମିକା କିପରି ହେବ ତାହା ସୂଚନା ଦେଇଥିଲେ। ଡଃ ନମିତା ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ସେଣ୍ଟ୍ ଜୋନ୍ ଓଡ଼ିଶାର ପ୍ରାଥମିକ ଚିକିତ୍ସାର ତାଲିମଦାତା ପାଇଁ ତାଲିମ ଶିବିର

You Might Also Like
- Advertisement -
Comment