ଧାମରା ଅଂଚଳରେ ଥିବା ଫେରି ଘାଟ ସର୍ବସାଧାରଣରେ ନିଲାମ କରିବାକୁ ଦାବୀ

Odisha Hot News
3 Min Read

ଭଦ୍ରକ:ଧାମରା ଅଂଚଳରେ ଥିବା ଫେରି ଘାଟ ନିଲାମ କରିବାକୁ ସର୍ବସାଧାରଣରେ ଦାବୀ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଧାମରା ଅଂଚଳରେ ୩ଟି ଫେରି ଘାଟ ଯଥା କାଳିନାଳୀ ଘାଟ, ହବାଳି ଘାଟ ,ଚୌଧୁରୀ ଘାଟ,କସ୍‌ୁରୀକଣ ଏବଂ ବାଂଶଡା ଫେରି ଘାଟ ଅଛି । କାଳିନାଳୀ ଘାଟ ଦୋସିଙ୍ଗା ପଂଚାୟତରେ,ହବାଳି ଫେରି ଘାଟ ଧାମରା ପଂଚାୟତରେ ଥିବା ବେଳେ କସ୍ତୁରୀକଣ ଘାଟ କାଣ୍ଡଗରଡି ପଂଚାୟତରେ, ଚୌଧୁରୀ ଫେରି ଘାଟ ଚରଦିଆ ପଂଚାୟତ ଏବଂ ବାଂଶଡା ଫେରି ଘାଟ ଗୋଟିଏ ବର୍ଷ ବାଂଶଡା ପଂଚାୟତ ଏବଂ ପରବର୍ଷ ନୂଆଗାଁ ପଂଚାୟତରେ ସାମିଲ ହୋଇ ରହିଥାଏ । ଏହି ସମସ୍ତ ଫେରିଘାଟକୁ ପଂଚାୟତର ସରପଂଚ ନିଲାମ କରିଥାନ୍ତି ମାତ୍ର ନିଲାମରେ ସ୍ୱଚ୍ଛତା ରହି ନଥାଏ । ନିଲାମ ଅଂଶର ସିଂହ ଭାଗ ସରପଂଚ ମାନଙ୍କ ପକେଟକୁ ଯାଉଥିବା ବେଳେ ଏଥିରୁ ନାମକୁ ମାତ୍ର କିଛି ଅଂଶ କେବଳ ଆଖିଦୃଶିଆ ଭାବେ ପଂଚାୟତକୁ ଯାଇଥାଏ । ଏହି ପଂଚାୟତ ଗୁଡିକ ସ୍ୱଳ୍ପ ଟଙ୍କାରେ ଚାନ୍ଦବାଲି ବ୍ଲକରୁ ଆଣି ଲକ୍ଷ ଲକ୍ଷ ଟଙ୍କା ମୁନାଫା କମାଉଥିବା ନଜରକୁ ଆସିଛି । ଏହି ସମସ୍ତ ପଂଚାୟତରେ ଯିଏ ସରପଂଚ ମାନଙ୍କୁ ଖୁସ କରିପାରିଲା ସେହି ମାନେ ଏହି ଫେରିଘାଟ ଗୁଡିକୁ ନିଲାମରେ ନେଇ ଥାନ୍ତି ।ସର୍ବସାଧାରଣରେ ଏହି ଘାଟରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହେଉଥିବା ବେଳେ ପଂଚାୟତ ଗୁଡିକ ମାତ୍ର କିଛି ଟଙ୍କା ପାଇଥାଏ । ଏହି ଘାଟ ଗୁଡିକରେ ହେଉଥିବା ବ୍ୟାପକ ଅନିୟମିତତାରେ ସ୍ୱଚ୍ଛତା ଆଣିବା ପାଇଁ ଏହି ସମସ୍ତ ଘାଟକୁ ଚାନ୍ଦବାଲି ବ୍ଲକ ପ୍ରଶାସନ ସର୍ବସାଧାରଣରେ ନିଲାମ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି ।
ଏହି ସମସ୍ତ ଫେରି ଘାଟରେ ଗୋଟିଏ ବାଇକ ଭଡା ପାଇଁ ୪୦-୫୦ଟଙ୍କା ସାଇକେଲ ଆରୋହୀ ସହ ୨୦ଟଙ୍କା, ମଣିଷ ମୁଣ୍ଡ ପିଛା ୧୦ଟଙ୍କା ନେଇ ଦିନକୁ ଏହି ସମସ୍ତ ଫେରି ଘାଟର ମାଲିକ ୧୦ହଜାରରୁ ଆରମ୍ଭ କରି ୧୫ ହଜାର ଟଙ୍କା କମାଉଥିବା ବେଳେ ପଂଚାୟତ ଏବଂ ଚାନ୍ଦବାଲି ପଂଚାୟତ ସମିତି କେବଳ ବର୍ଷକୁ ହାତ ଗଣତି କେତେ ଟଙ୍କା ପାଇଥାନ୍ତି ତାହାର ମଧ୍ୟ ହିସାବ ଚାନ୍ଦବାଲି ବ୍ଲକ କର୍ତୁପକ୍ଷଙ୍କ ପାଖରେ ନାହିଁ । ଏହି ଘାଟ ଗୁଡିକର ସ୍ୱଚ୍ଛତା ବିଷୟରେ ଚାନ୍ଦବାଲି ବିଡିଓଙ୍କୁ ଫୋନ କଲେ ସେ କିଛି ପଦକ୍ଷେପ ନେବାତ ଦୂରର କଥା କେବଳ ଅଭିଯୋଗ ହୋଇଥିବା କଥା କହି ପ୍ରଶ୍ନକୁ ଏଡାଇ ଯାଇଥାନ୍ତି । ଅନ୍ୟ ପକ୍ଷରେ ଏହି ଘାଟ ଗୁଡିକରେ ପଡିଥିବା ଡଙ୍ଗା ଗୁଡିକର ଲାଇସେନ୍ସ ନଥିବା ବେଳେ କେବେ ଏବଂ କିଏ ଏହି ଲାଇସେନ୍ସ ପ୍ରଦାନ କରୁଛନ୍ତି ତାହା ମଧ୍ୟ ଏହି ନିଲାମ ନେଉଥିବା ଲୋକଙ୍କୁ ଅଜଣା ।ଅନ୍ୟ ପକ୍ଷରେ ଏହି କୁମ୍ଭୀର ପ୍ରବଣ ନଦୀରେ ଥିବା ଡଙ୍ଗା ଗୁଡିକରେ ଲାଇଫ ଜ୍ୟାକେଟ ରହିବାର ନିୟମ ଥିଲେ ମଧ୍ୟ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏହି ଘାଟ ଗୁଡିକରୁ ପଂଚାୟତର ଅଧିକାରୀ ମାନେ ଲକ୍ଷ ଲକ୍ଷ ଟଙ୍କା ଲୁଟ କରି ନେଉଥିବା ବେଳେ କାହିଁକି ଏହି ଘାଟ ଗୁଡିକୁ ବିଡିଓ ସର୍ବସାଧାରଣରେ ନିଲାମ କରିବାକୁ ଦାବୀ ହୋଇଛି । ଅନ୍ୟ ପକ୍ଷରେ ଏହି ସମସ୍ତ ଫେରି ଘାଟରୁ ପଂଚାୟତ କେତେ ଟଙ୍କା ରାଜସ୍ୱ ପାଉଛି ତାହା ମଧ୍ୟ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉତର ରଖିବାକୁ ମନା କରି ଦେଇଥିଲେ । ଫଳରେ ଏହି ସମସ୍ତ ଫେରିଘାଟରେ ସ୍ୱଚ୍ଛତା ଏକ ପ୍ରଶ୍ନବାଚୀ ହୋଇ ପଡିଥିବା ବେଳେ ତୁରନ୍ତ ଏହି ସମସ୍ତ ଘାଟ ଗୁଡିକୁ ଚାନ୍ଦବାଲି ବିଡିଓ ସର୍ବସାଧାରଣରେ ନିଲାମ କରିବା ସହ ଏହି ସମସ୍ତ ପଂଚାୟତ ଗୁଡିକରେ ଥିିବା ଫେରିଘାଟ ଭଡାରେ ସ୍ୱଚ୍ଛତା ଆଣିବା ଜରୁରୀ ହୋଇ ପଡିଛି ।

Share This Article