ଆଜି ଭଦ୍ରକ ପୌର ଉପାଧ୍ୟକ୍ଷ ନିର୍ବାଚନ – Fast News Network

Odisha Hot News
1 Min Read

ଭଦ୍ରକ: ରାତି ପାହିଲେ ଭଦ୍ରକ ପୌର ଉପାଧ୍ୟକ୍ଷ ନିର୍ବାଚନ । ତେବେ ଏହି ନିର୍ବାଚନରେ ବିରୋଧୀମାନେ ବିଜେଡିକୁ ପରାସ୍ତ କରିବା ଲକ୍ଷ୍ୟରେ ରାଜନୈତିକ ଗୋଟି ଚାଳନା କରୁଥିବାବେଳେ ଆଜି ୧ ନଂ ୱାର୍ଡର ବିଜୟୀ ସ୍ୱାର୍ଧିନ ପ୍ରାର୍ଥିନୀ ଜୟନ୍ତୀ ପୃଷ୍ଟି ବିଧିବଦ୍ଧ ଭାବେ ବିଧାୟକ ସଂଜୀବ ମଲ୍ଲିକଙ୍କ ଉପସ୍ଥିତିରେ ତାଙ୍କ ବାସଭବନରେ ବିଜେଡିରେ ସାମିଲ ହେବା ଘଟଣା ସମସ୍ତ କଳ୍ପନା ଜଳ୍ପନାକୁ ଓଲଟପାଲଟ କରିଦେଇଛି । କାରଣ ୩୦ ୱାର୍ଡ ବିଶିଷ୍ଟ ଭଦ୍ରକ ପୌରପାଳିକାରେ ଚଳିତ ନିର୍ବାଚନରେ ୨୯ ଟି ୱାର୍ଡରେ କାଉନ୍‌ସିଲର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡି କେବଳ ୧୭ ଟି ୱାର୍ଡ ଦଖଲ କରିଥିଲା । ଏଣୁ ଆଜି ଶ୍ରୀମତୀ ପୃଷ୍ଟି ବିଜେଡିରେ ସାମିଲ ହେବା ପରେ ଏହାର ସଂଖ୍ୟା ୧୮ କୁ ବୃଦ୍ଧି ପାଇଛି । ଆଜି ବିଧାୟକ ଶ୍ରୀ ମଲ୍ଲିକଙ୍କ ବାସଭବନରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବ ଚରମ୍ପାର ବିଶିଷ୍ଟ ସମାଜସେବୀ ଶିଶିରି ମିଶ୍ର୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ପୂର୍ବତନ କାଉନ୍‌ସିଲର ପ୍ରବୀର ଜେନା, ୫ନଂ ୱାର୍ଡ କାଉନ୍‌ସିଲର ଦିଲ୍ଲୀପ ନାୟକ, ରମେଶ ବେହେରା, ୨ନଂ ୱାର୍ଡ କାଉନ୍‌ସିଲର ରଂଜନ ଜେନା, ଇଂ ପ୍ରିୟବ୍ରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମିଶ୍ରଣ କାଳରେ ଶ୍ରୀମତୀ ପୃଷ୍ଟି ତାଙ୍କ ୱାର୍ଡରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଜନକଲ୍ୟାଣକାରୀ ଯୋଜନା ଓ ବିଧାୟକ ଶ୍ରୀ ମଲ୍ଲିକଙ୍କ ପ୍ରଚେଷ୍ଟାରେ ହୋଇଥିବା ବହୁ ଅଧୁରା କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ସେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ମିଶିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି । ଏବଂ ବିଧାୟକ ଶ୍ରୀ ମଲ୍ଲିକ ଏଥିପାଇଁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଆଗାମୀ ଦିନ

Share This Article