ଭୁବନେଶ୍ୱର : କାଳିଆ ଯୋଜନାରେ ଯୋଗ୍ୟ ହିତାଧିକାରିଙ୍କ ଯାଞ୍ଚ ଅବଧି ବଢାଇଲେ ରାଜ୍ୟ ସରକାର। ପୂର୍ବରୁ କାଳିଆ ଯୋଜନାର ଯୋଗ୍ୟ ହିତାଧିକାରିଙ୍କ ଯାଞ୍ଚ ଶେଷ ତାରିଖ ଅଗଷ୍ଟ ୧୪ ନିର୍ଦ୍ଧାରଣ କରାଯାଇଥିଲା। ଆଜି ଏହାର ଅବଧି ବଢାଇ ଆସନ୍ତା ଅଗଷ୍ଟ ୨୭ ତାରିଖ କରାଯାଇଛି। ମଙ୍ଗଳବାର କୃଷିମନ୍ତ୍ରୀ ଅରୁଣ ସାହୁ କାଳିଆ ଯୋଜନାର ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି। ରାଜ୍ୟରେ କାଳିଆ ଯୋଜନାରେ ସାମିଲ୍ ଥିବା ୫୧ ଲକ୍ଷ ହିତାଧିକାରିଙ୍କ ମଧ୍ୟରୁ ୧୩ ଲକ୍ଷ ହିତାଧିକାରିଙ୍କର ଯାଞ୍ଚ ସରିଥିବା ବେଳେ ଆଉ ୩୮ ଲକ୍ଷ ହିତାଧିକାରିଙ୍କ ଯାଞ୍ଚ ବାକିରହିଛି। ଅଗଷ୍ଟ ୨୭ ତାରିଖରେ ପଞ୍ଚାୟତ ସ୍ତରରେ ,୨୯ରେ ବ୍ଲକ ସ୍ତରରେ ଏବଂ ୩୧ ତାରିଖରେ ଜିଲ୍ଲା ସ୍ତରରେ କାଳିଆ ଯୋଗ୍ୟ ହିତାଧିକାରିଙ୍କ ଯାଞ୍ଚ କରାଯିବ। ଯେଉଁ ହିତାଧିକାରିମାନେ ଅଯୋଗ୍ୟ ସାବ୍ୟସ୍ତ ହେବେ ସେମାନଙ୍କୁ କାଳିଆର ପରବର୍ତ୍ତୀ କିସ୍ତି ମିଳିବ ନାହିଁ ବୋଲି କୃଷି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଆସନ୍ତା ୨୭ ପର୍ଯ୍ୟନ୍ତ ବଢ଼ିଲା କାଳିଆ ଯାଞ୍ଚ ଅବଧି
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Georgeslelm on ଏସସିବି ମେଡ଼ିକାଲ ବାଥ୍ ରୁମରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ !
- CharlesJat on ବଦଳିଗଲା ସ୍ୱର, ଏଥର କଂଗ୍ରେସ ମୁକ୍ତ ଭାରତ ନୁହେଁ , ବିଜେପି ମୁକ୍ତ ଭାରତ ହେବ : ନିରଞ୍ଜନ
- Michaelgedly on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
- Robertfauts on ଆଜିର ରାଶିଫଳ
- Ronaldnot on ଆଜିର ରାଶିଫଳ
